ଯୁବ ସ୍ୱାଭିମାନ ଗ୍ରୁଫ୍ ପକ୍ଷରୁ ଅସହାୟ ପରିବାରକୁ ସହାୟତ।।
କେନ୍ଦ୍ରାପଡା, 26 ମେ (ହି.ସ.): କେନ୍ଦ୍ରାପଡ଼ାର ଅଗ୍ରଣୀ ସ୍ୱେଛାସେବୀ ସାମାଜିକ ସଙ୍ଗଠନ 'ଯୁବ ସ୍ୱାଭିମାନ' ପକ୍ଷରୁ କଚେରୀପଡ଼ା ଗ୍ରାମର ମୃତ ମଙ୍ଗୁଳି ଚରଣ ନାୟକଙ୍କ ଅସହାୟ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଛି। ଖବର ମୁତାବକ ଗତ ଶନିବାର ମଙ୍ଗୁଳି ଚରଣ ନାୟକ ଜାଳେଣି ସଂଗ୍ରହ ପାଇଁ ଗୋଟେ ଚାଖ
ଯୁବ ସ୍ୱାଭିମାନ ଗ୍ରୁଫ୍ ପକ୍ଷରୁ ଅସହାୟ ପରିବାରକୁ ସହାୟତ।।


କେନ୍ଦ୍ରାପଡା, 26 ମେ (ହି.ସ.): କେନ୍ଦ୍ରାପଡ଼ାର ଅଗ୍ରଣୀ ସ୍ୱେଛାସେବୀ ସାମାଜିକ ସଙ୍ଗଠନ 'ଯୁବ ସ୍ୱାଭିମାନ' ପକ୍ଷରୁ କଚେରୀପଡ଼ା ଗ୍ରାମର ମୃତ ମଙ୍ଗୁଳି ଚରଣ ନାୟକଙ୍କ ଅସହାୟ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଛି। ଖବର ମୁତାବକ ଗତ ଶନିବାର ମଙ୍ଗୁଳି ଚରଣ ନାୟକ ଜାଳେଣି ସଂଗ୍ରହ ପାଇଁ ଗୋଟେ ଚାଖୁଣ୍ଡା ଗଛ ଉପରେ ଚଢିଥିଲା ବେଳେ ହଠାତ୍ ଖସିପଡ଼ି ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲ ଆଇସିୟୁ ରେ ଭର୍ତ୍ତି ହୋଇଥିଲେ କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତିରେ ମଙ୍ଗୁଳି ମୃତ୍ୟୁ ବରଣ କରିଥିଲେ। ଅସହାୟ ସ୍ତ୍ରୀ ଏବେ ନିରୁପାୟ ଛୋଟ ଛୋଟ ପିଲାଙ୍କୁ ନେଇ କେମିତି ଜୀବନ ଜୀବିକା ନିର୍ବାହ କରିବେ ଭାବି ଭାବି ଆଖିରୁ ଲୁହ ଶୁଖୁନାହିଁ। ଖବର ପାଇ ଯୁବ ସ୍ବାଭିମାନ ଗ୍ରୁପ୍ ଆର୍ଥିକ ସହାୟତାର ହାତ ବଢାଇଛନ୍ତି ।ଉକ୍ତ କାର‌୍ୟ୍ୟକ୍ରମ ରେ ଅନୁଷ୍ଠାନର ସଭାପତି ଇଂ ସ୍ମୃତିରଞ୍ଜନ ଜେନାଙ୍କ ନେତୃତ୍ୱରେ ଦୁର୍ଗାପ୍ରସାଦ ସ୍ୱାଇଁ, ସୁରେନ୍ଦ୍ର ପୃଷ୍ଟି, ମନୋଜ ଓଝା, ମାନସ ପ୍ରଧାନ, ଦୀପକ ଦାସ, ସନ୍ଦୀପ ବେହେରା, ସୁଶାନ୍ତ ସାହାଣୀ, ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande