ଇମ୍ଫାଲ, 26 ମେ (ହି.ସ.)- ମଣିପୁରରେ ଉଗାହି ଗତିବିଧିରେ ସାମିଲ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ସୁରକ୍ଷା
ବଳ ପକ୍ଷରୁ ଗୁଇନ୍ଦା ସୂଚନା ଉପରେ ଆଧାରିତ ଏକ ବ୍ୟାପକ କମ୍ବିଂ ଅପରେସନ୍ ଓ ‘କର୍ଡନ୍ ଆଣ୍ଡ ସର୍ଚ୍’
ଅଭିଯାନ
କରାଯାଉଛି। ଏହି କ୍ରମରେ ତିନିଜଣ ଉଗ୍ରବାଦୀଙ୍କୁ ଭିନ୍ନ-ଭିନ୍ନ ସ୍ଥାନରୁ ଗିରଫ କରାଯାଇଛି।
ପୋଲିସ ସୋମବାର ଦିନ ସୂଚନା ଦେଇଛି ଯେ, ମଣିପୁର ପୋଲିସ ପାଟସୋଇ ଥାନା ଅଞ୍ଚଳର
ପାଟସୋଇ ଭାଗ-୧ ଗାଁ, ଇମ୍ଫାଲ୍ ପଶ୍ଚିମରୁ କେସିପିର ଜଣେ କ୍ୟାଡର୍ ଵହେଙ୍ଗବମ୍ ଇସ୍ରିଏଲ୍
ସିଂହ୍ ଓରଫ ଚାଲମ୍ବାଙ୍କୁ ଗିରଫ କରିଛି। ସେ ସିଧାସଳଖ ଭାବରେ ଉଗାହି କାର୍ଯ୍ୟକଳାପରେ ଲିପ୍ତ
ଥିଲେ। ତାଙ୍କ ପାଖରୁ ଦୁଇଟି ମୋବାଇଲ୍ ହ୍ୟାଣ୍ଡସେଟ୍ ଓ ସିମ୍ କାର୍ଡ୍ ଜବତ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା