ୟୁକ୍ରେନର ରାଜଧାନୀ କିଭରେ ଆକାଶମାର୍ଗରୁ ଋଷର ଆକ୍ରମଣ, 12 ମୃତ
କିଭ, 26 ମେ (ହି.ସ.)-ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଶାନ୍ତି ଓ ବୁଝାମଣା ପାଇଁ ଆଶା ସତ୍ତ୍ୱେ, ଉଭୟ ପକ୍ଷର ଆକାଶରେ ଗର୍ଜୁଥିବା ରକେଟ୍‌ ଓ ମିସାଇଲ୍‌ ଆକ୍ରମଣରେ ରକ୍ତପାତ ଦେଖିବାକୁ ମିଳିଛି । ଶାନ୍ତି ଓ ବିରତି ପାଇଁ ବିଶ୍ୱବ୍ୟାପୀ ଚେଷ୍ଟାଗୁଡିକ ବିଫଳ ହେଉଛି। ଫଳରେ, ଉଭୟ
ୟୁକ୍ରେନର ରାଜଧାନୀ କିଭରେ ଆକାଶମାର୍ଗରୁ ଋଷର ଆକ୍ରମଣ, 12 ମୃତ


କିଭ, 26 ମେ (ହି.ସ.)-ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଶାନ୍ତି ଓ ବୁଝାମଣା

ପାଇଁ ଆଶା ସତ୍ତ୍ୱେ, ଉଭୟ ପକ୍ଷର ଆକାଶରେ ଗର୍ଜୁଥିବା ରକେଟ୍‌ ଓ ମିସାଇଲ୍‌ ଆକ୍ରମଣରେ

ରକ୍ତପାତ ଦେଖିବାକୁ ମିଳିଛି । ଶାନ୍ତି ଓ ବିରତି ପାଇଁ ବିଶ୍ୱବ୍ୟାପୀ ଚେଷ୍ଟାଗୁଡିକ ବିଫଳ

ହେଉଛି। ଫଳରେ, ଉଭୟ ପକ୍ଷ ଏବେ ପରସ୍ପରର ଯୁଦ୍ଧବନ୍ଦୀମାନଙ୍କର ଆଦାନ-ପ୍ରଦାନ କରିଛନ୍ତି। କିନ୍ତୁ ଆକ୍ରମଣ ଚାଲୁ ରହିଛି। ଗତରାତିରେ ରୁଷ,

ୟୁକ୍ରେନ୍‌ର

ରାଜଧାନୀ କିଭ୍‌କୁ ନିଶାନା କରିଛି। ଏହି ଆକ୍ରମଣରେ ୧୨ ଜଣ ମୃତ୍ୟୁବରଣ କରିଛନ୍ତି ଓ କମରେ କମ

୭୯ ଜଣ ଆହତ ହୋଇଛନ୍ତି।

ଦ କିଭ୍‌ ଇଣ୍ଡିପେଣ୍ଡେଣ୍ଟ ସମ୍ବାଦପତ୍ର ଅନୁସାରେ, ମେ ୨୫ରେ ରୁଷ କିଭ୍ ଓ

ଅନ୍ୟାନ୍ୟ ୟୁକ୍ରେନୀୟ ଅଞ୍ଚଳଗୁଡିକୁ ଡ୍ରୋନ୍ ଓ ମିସାଇଲ୍‌ ଦ୍ୱାରା ଆକ୍ରମଣ କରିଛି । ଏହି

ଆକ୍ରମଣରେ ତିନି ଜଣ ଶିଶୁ ସହିତ ୧୨ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ଓ ଅତିକମ ୭୯ ଜଣ ଆହତ ହୋଇଛନ୍ତି

। ରୁଷର ଗୃହମନ୍ତ୍ରୀ ଇହୋର କ୍ଲିମେନ୍କୋ ଟେଲିଗ୍ରାମ୍‌ରେ ଏହି ଘଟଣା ନେଇ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande