ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ଏକ ଯୁଗାନ୍ତକାରୀ ପଦକ୍ଷେପ- ହିନ୍ଦୁ ଜାଗରଣ ମଂଚ
ଭୁବନେଶ୍ୱର, 26 ମେ (ହି.ସ.) - ଭାରତର ସୁରକ୍ଷା ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା କାରଣରୁ ଭାରତ ସରକାର ଉଭୟ ବାହ୍ୟ ଏବଂ ଆନ୍ତରିକ ସୁରକ୍ଷାକୁ ମଜଭୁତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତାମଧ୍ୟରୁ ଭାରତରେ ଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କୁ ତୁରନ୍ତ ଚିହ୍ନଟ କରି
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ଏକ ଯୁଗାନ୍ତକାରୀ ପଦକ୍ଷେପ- ହିନ୍ଦୁ     ଜାଗରଣ ମଂଚ


ଭୁବନେଶ୍ୱର, 26 ମେ (ହି.ସ.)

- ଭାରତର ସୁରକ୍ଷା ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା କାରଣରୁ ଭାରତ ସରକାର ଉଭୟ

ବାହ୍ୟ ଏବଂ ଆନ୍ତରିକ ସୁରକ୍ଷାକୁ ମଜଭୁତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତାମଧ୍ୟରୁ

ଭାରତରେ ଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କୁ ତୁରନ୍ତ ଚିହ୍ନଟ କରି ଦେଶାନ୍ତର କରିବା ପାଇଁ

ରାଜ୍ୟସରକାରମାନଙ୍କୁ ନିର୍ଦେଶ ଦେବା ଏକ ଯୁଗାନ୍ତକାରୀ ଓ ସମୟପଯୋଗୀ ପଦକ୍ଷେପ । ଏହି ପଦକ୍ଷେପକୁ

ହିନ୍ଦୁ ଜାଗରଣ ମଞ୍ଚ ସ୍ବାଗତ କରୁଛି।

ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କ କାରଣରୁ ଆମ ଓଡ଼ିଶାର ଅର୍ଥନୀତି, ସଂସ୍କୃତି, ଆଇନଶୃଙ୍ଖଳା ପରିସ୍ଥିତି

ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଗାଁରୁ ସହର ସବୁଆଡେ ନିଶାକାରବାର ବଢ଼ିବାରେ ଲାଗିବ। ତେଣୁ

ଏଭଳି ପରିସ୍ଥିତିରେ ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କୁ ଚିହ୍ନଟ କରି ଦେଶାନ୍ତର କରିବାପାଇଁ

ରାଜ୍ୟ ସରକାର ଏସଟିଏଫଗଠନ କରିବା ମଧ୍ୟ ସ୍ବାଗତଯୋଗ୍ୟ

ପଦକ୍ଷେପ। ଏଭଳି ପରିସ୍ଥିତିରେ ଭୁବନେଶ୍ବର ମେୟରଙ୍କ ବିବୃତି ଅତ୍ୟନ୍ତ ଦୁଃଖଦାୟକ, ସମ୍ବେଦନ ହିନ ଏବଂ ଦେଶର ସୁରକ୍ଷା ପ୍ରତି ଉପହାସ ସଦୃଶ।

ମେୟର ସୁଲୋଚନା ଦାସ ତୁରନ୍ତ ରାଜ୍ୟବାସୀଙ୍କ ପାଖରେ କ୍ଷମା ମାଗିବା ପାଇଁ ହିନ୍ଦୁ ଜାଗରଣ

ମଞ୍ଚ ଦାବି କରୁଛି । ଏବଂ ରାଜ୍ୟ ସରକାର ତୁରନ୍ତ ରାଜ୍ୟରେ ଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ

କରି ସେମାନଙ୍କୁ ମିଳୁଥିବା ସବୁ ସରକାରୀ ସୁବିଧାରୁ ବାହାର କରି ତୁରନ୍ତ ଦେଶାନ୍ତର କରନ୍ତୁ

ନଚେତ ଆଗାମୀ ଦିନରେ ସାରା ରାଜ୍ୟରେ ଆନ୍ଦୋଳନର ନିଆଁ ଜଳିବ ବୋଲି ଚେତାବନି ଦେଇଛି ହିନ୍ଦୁ

ଜାଗରଣ ମଞ୍ଚ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande