ପଶ୍ଚିମବଙ୍ଗରେ କରୋନାର ଚାରି ନୂଆ ମାମଲା, ସଂକ୍ରମିତଙ୍କ ସଂଖ୍ୟା 11
କୋଲକାତା, 26 ମେ (ହି.ସ.) - ପଶ୍ଚିମବଙ୍ଗରେ କୋରୋନା ସଂକ୍ରମଣର ଚାରି ନୂଆ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା 11 ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଜଣେ ଅଧିକାରୀଙ୍କ ଅନୁସାରେ, ଯେଉଁ ରୋଗୀମାନ
ପଶ୍ଚିମବଙ୍ଗରେ କରୋନାର ଚାରି ନୂଆ ମାମଲା, ସଂକ୍ରମିତଙ୍କ ସଂଖ୍ୟା 11


କୋଲକାତା, 26 ମେ (ହି.ସ.)

- ପଶ୍ଚିମବଙ୍ଗରେ କୋରୋନା ସଂକ୍ରମଣର ଚାରି ନୂଆ ମାମଲା ସାମ୍ନାକୁ ଆସିଛି,

ଯେଉଁଥିରେ ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା 11 ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜଣେ

ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ଜଣେ ଅଧିକାରୀଙ୍କ ଅନୁସାରେ, ଯେଉଁ ରୋଗୀମାନଙ୍କର ଶ୍ୱାସସମ୍ବନ୍ଧୀୟ

ସମସ୍ୟା ଦେଖାଯାଇଛି, ସେମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ସଂଚାଳିତ ଡାକ୍ତରଖାନା ଓ ଘରୋଇ

ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିରୁ ଅଧିକାଂଶ ମାମଲା କୋଲକାତା ଓ ଏହାର ଆଖପାଖ ଉପନଗରୀୟ

ଅଞ୍ଚଳରୁ ସାମ୍ନାକୁ ଆସିଛି। ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ,

ଶନିବାର

ପର୍ଯ୍ୟନ୍ତ ରାଜ୍ୟରେ ସାତିଟି ସକ୍ରିୟ ମାମଲା ଥିଲା, ଏବଂ ରବିବାର ସନ୍ଧ୍ୟା

ପର୍ଯ୍ୟନ୍ତ ଚାରିଟି ନୂଆ ମାମଲା ଆସିଛି। ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟ ବିଭାଗ

ରାଜ୍ୟରେ କରୋନା ସଂକ୍ରମଣର ବୃଦ୍ଧି ପାଇଁ ନିରନ୍ତର ନଜର ରଖିଛି ଓ ସମସ୍ତ ରୋଗୀଙ୍କ ଉପରେ ନଜର

ରଖାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande