ଭୁବନେଶ୍ୱର ସାଇବର କମ୍ପ୍ଲେକ୍ସରେ କର୍ମଶାଳା ଅନୁଷ୍ଠିତ
ଭୁବନେଶ୍ୱର, 26 ମେ (ହି.ସ.) - ଭୁବନେଶ୍ୱର ସାଇବର କମ୍ପ୍ଲେକ୍ସରେ ସାଇବର କ୍ରାଇମ ଇନଭେଷ୍ଟିଗେସନ ଏବଂ ସାଇବର ଇଣ୍ଟେଲିଜେନ୍ସକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି କର୍ମଶାଳାରେପୋଲିସ ମହାନିର୍ଦେଶକ ୱାଇବି ଖୁରାନିଆ ଏବଂ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଯୋଗ ଦେଇଛ
ଭୁବନେଶ୍ୱର ସାଇବର କମ୍ପ୍ଲେକ୍ସରେ କର୍ମଶାଳା ଅନୁଷ୍ଠିତ


ଭୁବନେଶ୍ୱର, 26 ମେ (ହି.ସ.)

- ଭୁବନେଶ୍ୱର ସାଇବର କମ୍ପ୍ଲେକ୍ସରେ ସାଇବର କ୍ରାଇମ ଇନଭେଷ୍ଟିଗେସନ ଏବଂ ସାଇବର

ଇଣ୍ଟେଲିଜେନ୍ସକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି କର୍ମଶାଳାରେପୋଲିସ ମହାନିର୍ଦେଶକ ୱାଇବି ଖୁରାନିଆ ଏବଂ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଯୋଗ

ଦେଇଛନ୍ତି | ଏହା ସହ ରାଜ୍ୟର ସମସ୍ତ

ଜିଲ୍ଲାର ବିଭିନ୍ନ ଥାନାର ତଦନ୍ତକାରି ଅଧିକାରୀ ମାନେ ଯୋଗ ଦେଇଛନ୍ତି ।

ଏହି ଅବସରରେ ଡିଜିପି ୱାଇବି ଖୁରାନିଆ କହିଛନ୍ତି ଯେ,ରାଜ୍ୟରେ ସାଇବର ଅପରାଧ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ।ଏହାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଛି ଓଡିଶା ପୋଲିସ ।ଓଡ଼ିଶାରେ

ଖୋଲିବ ସାଇବର କ୍ରାଇମ କମାଣ୍ଡ ସେଣ୍ଟର ।ପୂର୍ବରୁ

ରାଜ୍ୟରେ 14ଟି ସାଇବର ଥାନା ଥିବା

ବେଳେ ଆହୁରି 20ଟି ସାଇବର ଥାନା ଅଧିକ

ଖୋଲାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି ।

ଏହି ଥାନା ଗୁଡିକ ପାଇଁ 6ଜଣ

ଲେଖାଏଁ ସାଇବର ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ ।ଯେଉଁଥିରେ ଦୁଇଜଣ ଆଇଟିବିଶେଷଜ୍ଞ, ଦୁଇଜଣ ଆକାଉଣ୍ଟ ବିଶେଷଜ୍ଞ, ଏବଂ

ଦୁଇଜଣ ସାଇବର ଆଇନ ପରାମର୍ଶଦାତାଙ୍କୁ ନିଯୁକ୍ତି ମିଳିବ ।ଏଥିପାଇଁ 14ଟି ସାଇବର ଥାନାରୁ ଆଜି

ଅଧିକାରୀଙ୍କୁ ନେଇ ଆଜି 4ଦିନିଆ କର୍ମଶାଳା ଅନୁଷ୍ଠିତ

ହେଉଛି ।ଯେଉଁଥିରେ ସାଇବର ବିଶେଷଜ୍ଞ ଡ଼କ୍ଟର

ରକ୍ସିତ ଟଣ୍ଡନ ସାଇବର ଅପରାଧ ରୋକିବା ପାଇଁ ଗୁରୁମନ୍ତ୍ର ଦେବେ ।ବର୍ତ୍ତମାନ ରାଜ୍ୟରେ ସାଇବର କ୍ଷେତ୍ରରେ ଅପରାଧୀ ମାନେ

ହୁ ହୁ ହୋଇ ମାଡି ଚାଲିଛନ୍ତି | ଏମାନଙ୍କୁ ରୋକ ଦେବା ପାଇଁ

କ୍ରାଇମବ୍ରାଞ୍ଚ ସାଇବର ଶାଖା ପ୍ରସ୍ତୁତ ବୋଲି କହିଛନ୍ତି ପୋଲିସ ଡିଜି ୱାଇବି ଖୁରାନିଆ କହିଛନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande