ଧନ୍ୱନ୍ତରୀ ହେଲ୍‌ଥ କେୟାର ପକ୍ଷରୁ ମାଗଣା ମଧୁମେହ ପରୀକ୍ଷା ଶିବିର
ଧର୍ମଶାଳା, ୨୬ ମଇ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ କୁମାରୀ ପଂଚାୟତ ଶୈଳ ବିହାରସ୍ଥିତ ଗଣେଶ ମଣ୍ଡପ ପରିସରରେ ଧନ୍ୱନ୍ତରୀ ହେଲ୍‌ଥ କେୟାର ଆଣ୍ଡ ଡାଇେଗୋନିଷ୍ଟ ସେଂଟର ପକ୍ଷରୁ ଏକ ମାଗଣା ମଧୁମେହ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନଶିକ୍ଷାବିତ୍ ବ୍ରଜ କିଶୋର ଦାଶଙ୍କ ତତ୍ୱାବଧାନର
ଧନ୍ୱନ୍ତରୀ ହେଲ୍‌ତ୍ କେୟାର ପକ୍ଷରୁ ମାଗଣା ମଧୁମେହ ପରୀକ୍ଷା ଶିବିର


ଧର୍ମଶାଳା, ୨୬ ମଇ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ କୁମାରୀ ପଂଚାୟତ ଶୈଳ ବିହାରସ୍ଥିତ ଗଣେଶ ମଣ୍ଡପ ପରିସରରେ ଧନ୍ୱନ୍ତରୀ ହେଲ୍‌ଥ କେୟାର ଆଣ୍ଡ ଡାଇେଗୋନିଷ୍ଟ ସେଂଟର ପକ୍ଷରୁ ଏକ ମାଗଣା ମଧୁମେହ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନଶିକ୍ଷାବିତ୍ ବ୍ରଜ କିଶୋର ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଡ଼ାକ୍ତର ଦିଲୀପ କୁମାର ଦାସ ଯୋଗଦେଇ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ପରେ ସହକର୍ମୀ ଅରୁଣ କୁମାର ସାହୁ ,ପ୍ରତାପ ପୃଷ୍ଟି ଓ ଜୟନ୍ତ ବାରିକ ପ୍ରମୁଖ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲେ । ଏଠାରେ ମଧୁମେହ, ରକ୍ତଚାପ ଓ ବିଭିନ୍ନ ରୋଗର ପରୀକ୍ଷା ନିରୀକ୍ଷା କରାଯାଇଥିଲା । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜବନ୍ଧୁ ଶତପଥୀ, ବେଣୁଧର ଦାସ, ଭଗବାନ ଦାସ, ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ହରିହର ସାହୁ, ରାଧାକାନ୍ତ ବେହେରା ପ୍ରମୁଖ ବହୁ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଅଧ୍ୟାପକ ପ୍ରଭାତ କୁମାର ଦାଶ ଓ ଯୁବ ସଙ୍ଗଠକ ବିନାୟକ ସାମଲ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande