ଧର୍ମଶାଳା, ୨୬ ମଇ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଧାୟକ ପରିବର୍ତନକୁ ଜୁନ ୪ ତାରିଖରେ ଏକ ବର୍ଷ ପୁରିବାକୁ ଯାଉଥିବା ବେଳେ ବିଧାୟକ ସମର୍ଥକମାନଙ୍କ ପକ୍ଷରୁ ଆସନ୍ତା ୪ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀ ବ୍ୟାପି ବିଜୟ ଉତ୍ସବ ପାଳନ କରିବାକୁ ନିଷ୍ପତି ନିଆଯାଇଛି । ଏହି ଅବସରେ ଆସନ୍ତା ୪ ତାରିଖରେ ଜାରକାସ୍ଥିତ ମହୋତ୍ସବ ପଡିଆରେ ଖୁବ ଧୁମଧାମରେ ବିଜୟ ଉତ୍ସବ ପାଳନ କରାଯିବ । ଏହି ଅବସରରେ ୫ ତାରିଖରେ ୧୩ ନମ୍ବର ଜୋନ, ୬ ତାରିଖରେ ୧୪ ନଂ ଜୋନ ,୩୪ ନଂ ଜୋନ, ୮ ତାରିଖରେ ୧୧ ନଂ ଜୋନ ଓ ୯ ତାରିଖରେ ୧୨ ଜୋନରେ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଏଥିସହ ଆସନ୍ତା ୧୦ ତାରିଖରେ ୧୫ ନଂ ଜୋନରେ ଏକ ମେଗା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିବା ବେଳେ ମହାଆଡମ୍ବରରେ ବିଜୟ ଉତ୍ସବ ଉଦଯାପିତ କରିବାର ବ୍ୟବସ୍ଥା କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ