ୱାନ ନେସନ ୱାନ ଇଲେକ୍ସନରେ ଡବଲ ହେବ ଦେଶର ବିକାଶର ଗତି- ରାମନାଥ କୋବିନ୍ଦ
ହରିଦ୍ୱାର, 26 ମେ (ହି.ସ.)- ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ତାଙ୍କ ପରିବାର ସହିତ ଦୁଇ ଦିନିଆ ଗସ୍ତରେ ହରିଦ୍ୱାରର କନଖଳ ସ୍ଥିତ ହରିହର ଆଶ୍ରମରେ ପହଁଚିଛନ୍ତି । ପୂର୍ବତନ ରାଷ୍ଟ୍ରପତି ୱାନ ନେସନ ୱାନ ଇଲେକ୍ସନ ବିଷୟରେ କହିଛନ୍ତି ଯେ, ଏହାଦ୍ୱାରା
ୱାନ ନେସନ ୱାନ ଇଲେକ୍ସନରେ ଡବଲ ହେବ ଦେଶର ବିକାଶର ଗତି- ରାମନାଥ କୋବିନ୍ଦ


ହରିଦ୍ୱାର, 26 ମେ (ହି.ସ.)- ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ତାଙ୍କ ପରିବାର ସହିତ ଦୁଇ

ଦିନିଆ ଗସ୍ତରେ ହରିଦ୍ୱାରର କନଖଳ ସ୍ଥିତ ହରିହର ଆଶ୍ରମରେ ପହଁଚିଛନ୍ତି । ପୂର୍ବତନ ରାଷ୍ଟ୍ରପତି

ୱାନ ନେସନ ୱାନ ଇଲେକ୍ସନ ବିଷୟରେ କହିଛନ୍ତି ଯେ,

ଏହାଦ୍ୱାରା

ଦେଶର ବିକାଶ ଗତି ଦୁଇଗୁଣା ହେବ। ଏଥିରୁ ଦେଶର ଜି.ଡି.ପି. ଏକ ରୁ ଦେଢ ପ୍ରତିଶତ ପର୍ଯ୍ୟନ୍ତ

ବୃଦ୍ଧି ପାଇପାରିବ। ପୂର୍ବତନ ରାଷ୍ଟ୍ରପତି ସନ୍ଧ୍ୟା ବେଳେ ହରକି ପୈଡ଼ୀରେ ଗଙ୍ଗା ଆରତିରେ ଭାଗ

ନେବେ। ଏଥିପୂର୍ବରୁ ସେ ଜୁନା ପୀଠାଧୀଶ୍ୱର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ ଅବଧେଶାନନ୍ଦ

ଗିରି ମହାରାଜଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ।

ପୂର୍ବତନ ରାଷ୍ଟ୍ରପତି କୋବିନ୍ଦ ଦେଶର ସମସାମୟିକ ପ୍ରସଙ୍ଗ ଉପରେ ନିଜ ମତ ବ୍ୟକ୍ତ କରି କହିଛନ୍ତି

ଯେ, ସେ ଏକ ଦେଶ, ଏକ ନିର୍ବାଚନ

ବିଷୟରେ ନିଜ ରିପୋର୍ଟ ଦେଇ ସାରିଛନ୍ତି। ଏହା ଦ୍ୱାରା ଦେଶର ବିକାଶ ଗତି ଦୁଇଗୁଣା ହେବ। ଭାରତ

ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିଛି। ସଂସଦ ଏଥିପାଇଁ ଏକ ବିଧେୟକ ତିଆରି କରିଛି। ବର୍ତ୍ତମାନ

ଏହି ବିଧେୟକ ସଂଯୁକ୍ତ ସଂସଦୀୟ ସମିତି ନିକଟରେ ବିଚାରାଧୀନ ଅଛି। ପୂର୍ବ ରାଷ୍ଟ୍ରପତି କୋବିନ୍ଦ

କହିଛନ୍ତି ଯେ, ଏକ ଦେଶ,

ଏକ

ନିର୍ବାଚନ ବିଷୟରେ ଜେପିସି ଯେଉଁ ନିଷ୍ପତ୍ତି ନେବ, ସଂସଦକୁ ଯାହା ଉପଯୁକ୍ତ

ଲାଗିବ, ସେହି ଅନୁଯାୟୀ କାର୍ଯ୍ୟ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande