ପୁରୀ, ୨୬ ମଇ (ହି.ସ.)- ସୋମବାର ମଧ୍ୟାହ୍ନରେ ବଡଦାଣ୍ଡ ରଥଖଳା ସମ୍ମୁଖରେ ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କ ନାବାଳିକା ଝିଅକୁ ଜଣେ ଯୁବକ ଅସଦାଚରଣ କରିଥିଲେ । ସ୍ଥାନୀୟ ଲୋକ ଓ ଜଣେ ହୋମଗାର୍ଡ ଯୁବକଙ୍କୁ କାବୁ କରି ସିଂହଦ୍ଵାର ଥାନା ଜିମା ଦେଇଥିଲେ । ସିଂହଦ୍ବାର ଥାନାରେ ଯୁବକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । କଲିକତାରୁ ଆସିଥିବା ପର୍ଯ୍ୟଟକଙ୍କ ପରିବାର ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ । ଦର୍ଶନ ସାରି ଫେରିବା ସମୟରେ ରଥଖଳା ଠାରେ ଏହି ଅଘଟଣ ଘଟିଥିଲା । ଯୁବକ ଜଣକ ହେଲେ ରାଜୀବ ସାମନ୍ତରାୟ ବୋଲି ଜଣାପଡିଛି । ଏ ସଂପର୍କରେ ସିଂହଦ୍ଵାର ଥାନା ପୋଲିସ ସିସିଟିଭି ଯାଞ୍ଚ କରୁଛି । ଧର୍ମଦାଣ୍ଡରେ ଏଭଳି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ