ଅପରେସନ ସିନ୍ଦୂର କେବଳ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ, ଏହା ସଂସ୍କାର ଓ ଭାବନାର ଅଭିବ୍ୟକ୍ତି ଅଟେ- ନରେନ୍ଦ୍ର ମୋଦି
ଦାହୋଦ, 26 ମେ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପିଲାଙ୍କ ସାମ୍ନାରେ ପିତାଙ୍କୁ ଗୁଳି କରିଛନ୍ତି । ଏଥିରେ ଆମ ରକ୍ତ ଗରମ ହୋଇଉଠିଛି । ଆତଙ୍କବାଦୀ 140 କୋଟି ଭାରତୀୟଙ୍କୁ ଚ୍ୟାଲେଂଜ ଦେଇଥିଲେ, ଏଥିପାଇ
ଅପରେସନ ସିନ୍ଦୂର କେବଳ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ, ଏହା ସଂସ୍କାର ଓ ଭାବନାର     ଅଭିବ୍ୟକ୍ତି ଅଟେ- ନରେନ୍ଦ୍ର ମୋଦି


ଦାହୋଦ, 26 ମେ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, କଶ୍ମୀରର ପହଲଗାମରେ

ଆତଙ୍କବାଦୀମାନେ ପିଲାଙ୍କ ସାମ୍ନାରେ ପିତାଙ୍କୁ ଗୁଳି କରିଛନ୍ତି । ଏଥିରେ ଆମ ରକ୍ତ ଗରମ

ହୋଇଉଠିଛି । ଆତଙ୍କବାଦୀ 140 କୋଟି

ଭାରତୀୟଙ୍କୁ ଚ୍ୟାଲେଂଜ ଦେଇଥିଲେ, ଏଥିପାଇଁ ତାହା କରାଗଲା ଯେଉଁଥିପାଇଁ ଦେଶବାସୀ ତାଙ୍କୁ

ପ୍ରଧାନ ସେବକର ଦାୟିତ୍ୱ ଦେଇଥିଲେ । ଅପରେସନ ସିନ୍ଦୂର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ

ନୁହେଁ, ଏହା ଭାରତୀୟଙ୍କ ସଂସ୍କାର ଓ ଭାବନାର ଅଭିବ୍ୟକ୍ତି ଅଟେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଦାହୋଦରେ ଏକ ସାଧାରଣ ସଭାକୁ ସମ୍ବୋଧନ କରୁଛନ୍ତି।

ଏହା ପୂର୍ବରୁ ସେ ଅନେକ ବିଭାଗର ପ୍ରାୟ 24 ହଜାର କୋଟି ଟଙ୍କାରୁ ଅଧିକ ରାଶିର ବିକାଶ କାର୍ଯ୍ୟର

ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ।

ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ପହେଲଗାମର ଆତଙ୍କବାଦୀ

ଆକ୍ରମଣ ପରେ ତିନୋଟି ସେନାକୁ ସ୍ୱତନ୍ତ୍ର କାର୍ଯ୍ୟର ଅନୁମତି ଦିଆଯାଇଥିଲା,

ଏବଂ ଦେଶର

ସାହସୀ ସୈନିକମାନେ ସେହି କାମ କରିଥିଲେ ଯାହାକୁ ବିଶ୍ୱ ଗତ କିଛି ଦଶନ୍ଧି ଧରି ଦେଖିନଥିଲା।

ସେମାନେ ସୀମା ସେପଟେ ଥିବା ୯ଟି ଗୁରୁତ୍ୱପୂର୍ଣ୍ଣ ଆତଙ୍କବାଦୀ ଠିକଣାକୁ ଚିହ୍ନଟ କରି ଧ୍ୱଂସ

କରିଥିଲେ । ଆତଙ୍କବାଦୀମାନେ ୨୨ ଏପ୍ରିଲରେ ଯେଉଁ ଖେଳ ଖେଳିଥିଲେ,

ମଇରେ ସେମାନେ ଧୂଳିରେ ମିଶିଥିଲେ।

ପାକିସ୍ତାନ ସେନା ଯେତେବେଳେ ଦୁଃସାହସ ଦେଖାଇଥିଲା , ଆମ ସେନା ସେମାନଙ୍କୁ ଧୂଳି

ଚଟାଇ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଭାଜନ ପରେ ଯେଉଁ ଦେଶ ଜନ୍ମ

ହେଲା, ତାର ଏକମାତ୍ର ଲକ୍ଷ୍ୟ ହେଉଛି ଭାରତ ସହ ଶତୃତା ରଖିବା,

ଘୃଣା

ପ୍ରଚାର କରିବା ଓ ଭାରତକୁ କ୍ଷତି ପହଁଚାଇବା।

କିନ୍ତୁ ଭାରତର ଲକ୍ଷ୍ୟ ହେଉଛି ଏଠାର ଦାରିଦ୍ର୍ୟକୁ ଦୂର କରିବା,

ଅର୍ଥନୀତିକୁ

ଶକ୍ତିଶାଳୀ କରିବା ଓ ଏକ ବିକାଶଶୀଳ ଭାରତ ଗଠନ କରିବା। ଆମେ ସେହି ଦିଗରେ ଲାଗାତାର କାର୍ଯ୍ୟ

କରୁଛୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande