ଡବଲ ଇଞ୍ଜିନ ସରକାରର କନସେପ୍ଟ ବୁଝାଇଲେ ମୋଦୀ
ଭୁବନେଶ୍ୱର, ୨୬ ମଇ (ହି.ସ.) - ଏନଡିଏ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଶେଷ ହୋଇଛି। ବୈଠକ ଶେଷ ହେବା ପରେ ଭୁବନେଶ୍ୱର ଫେରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ପ୍ରଧାନମନ୍ତ୍ରୀ ଡବଲ ଇଞ୍ଜିନ ସରକାରର କନସେପ୍ଟ ବୁଝାଇଲେ। ଡବଲ ଇଞ୍ଜିନ ଅର୍ଥାତ ଏକାଗ୍ରତାର ସହିତ ବିକାଶ। ଏହାକ
ଡବଲ ଇଞ୍ଜିନ ସରକାରର କନସେପ୍ଟ ବୁଝାଇଲେ ମୋଦୀ


ଭୁବନେଶ୍ୱର, ୨୬ ମଇ (ହି.ସ.) - ଏନଡିଏ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ଶେଷ ହୋଇଛି। ବୈଠକ ଶେଷ ହେବା ପରେ ଭୁବନେଶ୍ୱର ଫେରି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ପ୍ରଧାନମନ୍ତ୍ରୀ ଡବଲ ଇଞ୍ଜିନ ସରକାରର କନସେପ୍ଟ ବୁଝାଇଲେ। ଡବଲ ଇଞ୍ଜିନ ଅର୍ଥାତ ଏକାଗ୍ରତାର ସହିତ ବିକାଶ। ଏହାକୁ ଏନଡିଏ ରାଜ୍ୟ ଗୁଡ଼ିକରେ କେମିତି ରୂପାୟନ କରାଯିବ, ତାହା ଉପରେ ଫୋକସ କରିବାକୁ କହିଲେ ମୋଦି । ସାଧାରଣ ଲୋକଙ୍କ ସ୍ୱଚ୍ଛତା ଓ ସଂସ୍କାରକୁ ନେଇ କାମ କରିବା ଡବଲ ଇଞ୍ଜିନ। ଲୋକଙ୍କ ଜୀବନ ସହଜ କରିବା, ଭାରତକୁ ଆତ୍ମନିର୍ଭର କରିବା, ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରିବାକୁ ପ୍ରଧାନମନ୍ତ୍ରୀ ପ୍ରାଧାନ୍ୟ ଦେଉଛନ୍ତି ବୋଲି କହିଛନ୍ତି ଶ୍ରୀମତୀ ପରିଡା।

ଅନ୍ୟପକ୍ଷରେ ଜୁନ ୯ ରେ ଦେଶରେ ମୋଦି ସରକାରକୁ ୧୧ ବର୍ଷ ପୂରିବାକୁ ଥିବା ବେଳେ ଏବଂ ଓଡ଼ିଶାରେ ବିଜେପି ସରକାରକୁ ଜୁନ ୧୨ରେ ବର୍ଷେ ପୂରିବ। ଏସମ୍ପର୍କରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ସରକାର ସାଧାରଣ ଲୋକଙ୍କ ପାଖରେ ହିସାବ ରଖିବେ । ଲୋକଙ୍କ ଆଶା କେତେ ପୂରଣ ହୋଇଛି ତାହା ଜଣାଇବେ। ଏହାସହ ଅପରେସନ ସିନ୍ଦୂର ବାବଦରେ ଲୋକଙ୍କୁ ବୁଝାଇବେ ସରକାର। ଏନଡିଏ ନେତୃତ୍ୱ ମାନେ ବିଭିନ୍ନ ସ୍ଥାନକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ବାର୍ତା ଦେବେ । ୨୦୧୪ରୁ ଏବେ ଯାଏଁ କଣ କାମ ହୋଇଛି, ତାହାର ହିସାବ ରଖିବେ । ସେହିପରି ଜାତିଭିତିକ ଜନଗଣନା ବାବଦରେ ମଧ୍ୟ ଲୋକଙ୍କୁ କହିବେ ସରକାର । ପର୍ଯ୍ୟଟନକୁ ବିକଶିତ କରିବାକୁ ଯୋଜନା ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande