ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲ ଭୁଶୁଡିଲା
ଭୁବନେଶ୍ୱର, ୨୬ ମଇ (ହି.ସ.) - ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲ ଭୁଶୁଡି ପଡିଛି। ସୋମବାର ଅପରାହ୍ନରେ ଅଡେଣିଗଡ ନିକଟରେ କୌଣସି କାରଣରୁ ଟନେଲ ଭୁଶୁଡି ପଡିଛି। ଟନେଲ ଭୁଶୁଡିବା କାରଣରୁ ପ୍ରାୟ ୩୦ ମିଟରର ଗର୍ତ ହୋଇଥିବା ଜଣା ପଡିଛି। ଏସମ୍ପର୍କରେ ରେଳ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ
ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲ ଭୁଶୁଡିଲା


ଭୁବନେଶ୍ୱର, ୨୬ ମଇ (ହି.ସ.) - ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲ ଭୁଶୁଡି ପଡିଛି। ସୋମବାର ଅପରାହ୍ନରେ ଅଡେଣିଗଡ ନିକଟରେ କୌଣସି କାରଣରୁ ଟନେଲ ଭୁଶୁଡି ପଡିଛି। ଟନେଲ ଭୁଶୁଡିବା କାରଣରୁ ପ୍ରାୟ ୩୦ ମିଟରର ଗର୍ତ ହୋଇଥିବା ଜଣା ପଡିଛି।

ଏସମ୍ପର୍କରେ ରେଳ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ ଆଜି ଅପରାହ୍ନରେ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନର ନିର୍ମାଣଧୀନ ଟନେଲ ନମ୍ବର ୪ ରେ ଢିଲା ମାଟି ଗଠନ ଏବଂ ଏହି ଅଂଚଳରେ ନିରନ୍ତର ବର୍ଷା ଯୋଗୁଁ ଏକ ହାଲୁକା ମାଟି ଧସିଛି । କାର୍ଯ୍ୟରତ ଶ୍ରମିକ କିମ୍ବା ଯନ୍ତ୍ରପାତି ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ, ଏବଂ ଏହି ଘଟଣା ପ୍ରକଳ୍ପର ସାମଗ୍ରିକ ଅଗ୍ରଗତିକୁ ପ୍ରଭାବିତ କରିବ ନାହିଁ। ସମସ୍ତ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, ଏବଂ ଯୋଜନା ଅନୁଯାୟୀ କାମ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande