ମୁମ୍ବାଇ, 26 ମେ (ହି.ସ.)
- ମହାରାଷ୍ଟ୍ରରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ୧୦୭ ବର୍ଷ ପୁରୁଣା ରେକର୍ଡ
ଭାଙ୍ଗି ସମୟପୂର୍ବରୁ ପ୍ରବେଶ କରିଛି। ମୁମ୍ବାଇରେ ମୁଷଳଧାର ବର୍ଷା ଜନଜୀବନକୁ ବ୍ୟାହତ କରିଛି। ପ୍ରବଳ
ବର୍ଷା କାରଣରୁ ରାସ୍ତାଘାଟରେ ଜଳଭରିଥିବା ବେଳେରେଲୱେ ଟ୍ରାକ୍ ଉପରେ
ପାଣି ଓ ବିମାନ ଯାତ୍ରାରେ ବିଳମ୍ବ ଭଳି ସମସ୍ୟାମାନେ ଦେଖାଦେଇଛି । ଭାରତୀୟ ପାଣିପାଗ ବିଭାଗ ମେ
୨୬ ରେ ମୁମ୍ବାଇ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
ବର୍ଷାର ପ୍ରଭାବରେ ମୁମ୍ବାଇ ବିମାନବନ୍ଦରରୁ ଉଡ଼ାଣ ଓ ଅବତରଣ କରୁଥିବା ଅନେକ ବିମାନ ଚଳାଚଳ
ପ୍ରଭାବିତ ହୋଇଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ପାଇସଜେଟ୍ ତାଙ୍କ ଯାତ୍ରୀମାନଙ୍କ ପାଇଁ
ସତର୍କତା ଜାରି କରିଛି। ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର
ସମ୍ଭାବନା ଅଛି ଏବଂ ଲୋକମାନଙ୍କୁ ସତର୍କ ରହିବା ପରାମର୍ଶ ଦିଆଯାଇଛି।
ମୁମ୍ବାଇ ନଗର ନିଗମ ବାସିନ୍ଦାମାନଙ୍କୁ ଅନୁରୋଧ କରିଛି ଯେ, ବହୁତ ଆବଶ୍ୟକ ନ ଥିଲେ ଘରୁ
ବାହାରକୁ ନ ଯାଆନ୍ତୁ। ସେଥିପାଇଁ ସହରର ୯୬ଟି ବିଲ୍ଡିଂକୁ ଅସୁରକ୍ଷିତ ଘୋଷଣା କରାଯାଇଛି ଓ
ସେଠାରେ ରହୁଥିବା ପ୍ରାୟ ୩,୧୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ
ସ୍ଥାନାନ୍ତର କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା