ନୂଆଦିଲ୍ଲୀ, 26 ମେ (ହି.ସ.)
- ଆସାମ ଓ ତାମିଲନାଡୁରୁ ରାଜ୍ୟସଭା ପାଇଁ ଦ୍ୱିବାର୍ଷିକ ନିର୍ବାଚନର ଘୋଷଣା
କରିଛନ୍ତି ନିର୍ବାଚନ ଆୟୋଗ । ଏହି ନିର୍ବାଚନ ଜୁନ 19ରେ ହେବ । 8 ସଦସ୍ୟଙ୍କ କାର୍ଯ୍ୟକାଳ ଜୁନ
ଓ ଜୁଲାଇରେ ସମାପ୍ତ ହେଉଛି ।
ଆସାମରୁ ଦୁଇ ସଦସ୍ୟ ମିଶନ ରଂଜନ ଦାସ ଓ ବୀରେନ୍ଦ୍ର ପ୍ରସାଦ ବୈଶ୍ୟଙ୍କ କାର୍ଯ୍ୟକାଳ ଜୁନ
14ରେ ସମାପ୍ତ ହେଉଛି । ଏହା ବ୍ୟତୀତ ତାମିଲନାଡୁରୁ 6 ସଦସ୍ୟ ଅଂବୁମଣି ରାମଦାସ, ଏସ ଶନମୁଗମ,
ଏନ ଚନ୍ଦ୍ରଶେଖରନ, ଏମ ମହମ୍ମଦ ଅବଦୁଲା, ପି ବିଲ୍ଲସନ ଓ ୱାଇକୋଙ୍କ କାର୍ଯ୍ୟକାଳ ଜୁଲାଇ 24ରେ
ଶେଷ ହେଉଛି ।
ନିର୍ବରଚନ ଆୟୋଗଙ୍କ ଅନୁସାରେ ଅଧିସୂଚନା ଜୁନ 2ରେ ଜାରି ହେବ । ଜୁନ 19ରେ ମତଦାନ ସକାଳ
9ଟାରୁ ଅପରାହ୍ନ 4ଟା ଯାଏ ହେବ । ସେହିଦିନ ସନ୍ଧ୍ୟା 5ଟାରେ ମତଗଣନା ଓ ଫଳାଫଳ ଆସିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା