ଭୁବନେଶ୍ୱର, 26 ମେ (ହି.ସ.)
- ସାରା ରାଜ୍ୟରେ ଆଜି ସଧବା ନାରୀମାନେ ଶ୍ରଦ୍ଧା ଓ ଭକ୍ତିର ସହ ସାବିତ୍ରୀ ବ୍ରତ
ପାଳନ କରିଛନ୍ତି । ଏହି ପବିତ୍ର ଦିନ ବିବାହିତା ମହିଳାଙ୍କ ପାଇଁ ବେଶ୍ ସ୍ୱତନ୍ତ୍ର ଅଟେ । ଆଜିର
ଦିନରେ ସେମାନେ ସ୍ୱାମୀଙ୍କ ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ଦେବୀ ସାବିତ୍ରୀଙ୍କ
ପୂଜା କରିବା ସହ ବ୍ରତ ରଖିଥାନ୍ତି ।
ସକାଳ ହେବା ମାତ୍ରେ ମହିଳାମାନେ ପାରମ୍ପରିକ ବସ୍ତ୍ରରେ ନୂଆ ଶାଢୀ, ଚୁଡି, ସିନ୍ଦୂର ଓ
ଆଭୂଷଣରେ ସଜେଇ ହୋଇ ମନ୍ଦିରକୁ ଯାଇଥାନ୍ତି । କିଛି ମହିଳା ନିଜ ଘରେ ବିଦ୍ଧିବଧ ଭାବେ ପୂଜା
କରିଥାନ୍ତି । ମନ୍ଦିରରେ ମହିଳାଙ୍କ ପ୍ରବଳ ଭିଡ ହୋଇଥାଏ, ସେମାନେ ଶ୍ରଦ୍ଧା ଓ ଭକ୍ତିର ସହ
ପୂଜାର୍ଚ୍ଚନା କରିଥାନ୍ତି ।
ସାବିତ୍ର ବ୍ରତକୁ ନେଇ ଏକ ପୌରାଣିକ କଥା ମଧ୍ୟ ରହିଛି । ସାବିତ୍ରୀ ତାଙ୍କ ସ୍ୱାମୀ
ସତ୍ୟବାନଙ୍କ ଜୀବନ ରକ୍ଷା ନିମନ୍ତେ ଯମରାଜଙ୍କ ସହ ସଂଘର୍ଷ କରିଥିଲେ । ସଧବା ନାରୀମାନେ ଏହି
ବ୍ରତ କରି ସାବିତ୍ରୀଙ୍କ ପରି ଅତୁଟ ନିଷ୍ଠା ଓ ସମର୍ପଣକୁ ଆପଣାଇବାର ପ୍ରେରଣା ନେଇଥାନ୍ତି ।
ସାବିତ୍ରୀ ବ୍ରତର ପୂଜାରେ ମହିଳାମାନେ ଆଜି ଦିନସାରା ଉପବାସ ରହିଥାନ୍ତି । ସାବିତ୍ରୀଙ୍କ
ଆଶୀର୍ବାଦ ପାଇଁ କାମନା କରିବା ସହ ଏହି ପର୍ବ ମହିଳାଙ୍କ ଗଭୀର ଆସ୍ଥା ଓ ସାଂସ୍କୃତି ପରମ୍ପରାର
ପରିଚୟ ଅଟେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା