ସମ୍ବଲପୁର, ୨୭ ମଇ (ହି.ସ.) - ଚଳିତ ବର୍ଷର ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରା ଆୟୋଜନ ପାଇଁ ଚୂଡାନ୍ତ ବୈଠକ ଆରଣ୍ୟକ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଯାତ୍ରାର ସଫଳ ଆୟୋଜନ ସକାଶେ ରୂପରେଖ ନିର୍ଣ୍ଣୟ କରାଯାଇଛି। ନୈଠକରେ ୧୫୦ ରୁ ଅଧିକ ସଦସ୍ୟ ଯୋଗଦାନ କରି ନିଜ ନିଜର ମତାମତ ଦେଇଥିଲେ। ଅତିଥି ଓ କଳାକାର ମାନଙ୍କର ସମସ୍ତ ପ୍ରକାର ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଯାତ୍ରା ଆରମ୍ଭ ସମୟ ଉପରେ ମଧ୍ୟ ଆଲୋଚନା ପରେ ସଦସ୍ୟ ମାନଙ୍କୁ ଦାୟିତ୍ୱ ବଂଟନ କରାଯାଇଥିଲା।
ଯାତ୍ରା କୁ ଶାନ୍ତିଶୃଙ୍ଖଳା ସହ ଆୟୋଜନ ପାଇଁ ଜନସାଧାରଣ ଙ୍କ ସହଯୋଗ କାମନା କରାଯାଇଥିଲା। ଏଥିରେ ଯାତ୍ରା କମିଟୀ ର ସଭାପତି ସରୋଜ ଦଲପତ, ଉପ ସଭାପତି ସୁଶାନ୍ତ ପୁରୋହିତ,ସମ୍ପାଦକ ସଞ୍ଜୟ ମିଶ୍ର,କୋଷାଧ୍ୟକ୍ଷ ମନୋଜ ମିଶ୍ର,ବରିଷ୍ଠ ସଦସ୍ୟ ଅନୁପ ପାଢ଼ୀ,ପ୍ରାଣ ରଞ୍ଜନ ପଣ୍ଡା ଙ୍କ ସମେତ ସମସ୍ତ କର୍ମକର୍ତା ଅଂଶ ଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ