ବିଜେଡ଼ି ଅପପ୍ରଚାର କରୁଛି - ବିଜେପି
ଭୁବନେଶ୍ୱର,୨୭ ମଇ (ହି.ସ.) - କୋଷ୍ଟାଲ ହାଇୱେ ନେଇ ବିଜେଡ଼ିର ଅଭିଯୋଗ ଉପରେ କଡ଼ା ଜବାବ ରଖିଛି ରାଜ୍ୟ ବିଜେପି। ରାଜ୍ୟ ବିଜେପି ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ବିଜେଡ଼ି ଯେତେବେଳେ ସରକାରରେ ଥିଲା, ସହଯୋଗ କଲା ନାହିଁ। ବିଭିନ୍ନ ସମୟରେ ବିଭ୍ରାନ୍ତ କରିବାକୁ ପାଇଁ ବିଭିନ୍ନ ବକ୍ତବ୍ୟ ଦେଲ
ବିଜେଡ଼ି ଅପପ୍ରଚାର କରୁଛି - ବିଜେପି


ଭୁବନେଶ୍ୱର,୨୭ ମଇ (ହି.ସ.) - କୋଷ୍ଟାଲ ହାଇୱେ ନେଇ ବିଜେଡ଼ିର ଅଭିଯୋଗ ଉପରେ କଡ଼ା ଜବାବ ରଖିଛି ରାଜ୍ୟ ବିଜେପି। ରାଜ୍ୟ ବିଜେପି ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ବିଜେଡ଼ି ଯେତେବେଳେ ସରକାରରେ ଥିଲା, ସହଯୋଗ କଲା ନାହିଁ। ବିଭିନ୍ନ ସମୟରେ ବିଭ୍ରାନ୍ତ କରିବାକୁ ପାଇଁ ବିଭିନ୍ନ ବକ୍ତବ୍ୟ ଦେଲେ। କିନ୍ତୁ ବିଜେପି ସରକାର ଆସିଲା ପରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମୀକ୍ଷା କାମ ସରିଛି । ଜମି ଅଧିଗ୍ରହଣ କାମ ତ୍ୱରାନ୍ୱିତ କରିବା ପାଇଁ କାଗଜ ପତ୍ର ଯୋଗାଡ଼ କରି କାମ ଆରମ୍ଭ ହୋଇଗଲାଣି। ବିଜେଡ଼ି ଅପପ୍ରଚାର କରୁଛି । ଯଦି ତଥ୍ୟ ଅଛି, ଉପସ୍ଥାପନ କରନ୍ତୁ । ମିଛ କହି ଲୋକଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ । କୋଷ୍ଟାଲ ହାଇୱେ ହେଉଛି ସରକାରଙ୍କ ଡ୍ରିମ୍ ପ୍ରୋଜେକ୍ଟ । ୬ଟି ବନ୍ଦର ଯୋଡ଼ି ହେବ । ଅର୍ଥନୈତିକ ବିକାଶ ହେବ। ପ୍ରାକୃତିକ ବିପର୍ଯ୍ୟୟ ରୋକିବାରେ ସହାୟକ ହେବ।

ସେହିପରି ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ କହିଛନ୍ତି ବିଜୁ ଜନତା ଦଳର ଅଭିଯୋଗ ହାସ୍ୟାସ୍ପଦ । ଉପକୂଳ ରାଜପଥର ଟେଣ୍ଡର ବାତିଲ ହୋଇନାହିଁ। ମିଛ କହି ବିଜେଡ଼ି ବିଭ୍ରାନ୍ତି ସୃଷ୍ଟି କରୁଛି । କୌଣସି ଟେଣ୍ଡର ବାତିଲ୍ ହୋଇନାହିଁ କେବଳ କିଛିଟା ଟେକ୍ନିକାଲ ପରିବର୍ତନ କରାଯାଇଛି ଏବଂ ପୁନର୍ବାର ଟେଣ୍ଡର ହେବ। ଯାହା ନିଷ୍ପତି ଥିଲା, ୧୭୬ କିଲୋମିଟର କୋଷ୍ଟାଲ ହାଇୱେ ତାହା ନିଶ୍ଚୟ ହେବ । ସେଥିପାଇଁ ସରକାର ସଚେତନ ଅଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande