ଭବାନୀପାଟଣା ଟାଉନ ହଲ ଠାରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ଭବାନୀପାଟଣା, ୨୭ ମଇ (ହି.ସ) - କଳାହାଣ୍ଡି ଜିଲ୍ଲାରେ ଚଳିତ ଶିକ୍ଷା ବର୍ଷରେ ଜିଲ୍ଲା ଶିକ୍ଷା ବିଭାଗ କଳାହାଣ୍ଡି ଦ୍ୱାରା ତଥା ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ, ମୁଣ୍ଡୁରାଗୁଡ଼ା ଓ ରୋଟାରୀ କ୍ଳବ୍ ଭବାନୀପାଟଣାଙ୍କ ମିଳିତ ସହଯୋଗ ରେ ସିବିଏସଇ, ଆଇସିଏସଇ ଓ ସିଏଚ୍‌ଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀ
ଭବାନୀପାଟଣା ଟାଉନ ହଲ ଠାରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା*


ଭବାନୀପାଟଣା, ୨୭ ମଇ (ହି.ସ) - କଳାହାଣ୍ଡି ଜିଲ୍ଲାରେ ଚଳିତ ଶିକ୍ଷା ବର୍ଷରେ ଜିଲ୍ଲା ଶିକ୍ଷା ବିଭାଗ କଳାହାଣ୍ଡି ଦ୍ୱାରା ତଥା ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ, ମୁଣ୍ଡୁରାଗୁଡ଼ା ଓ ରୋଟାରୀ କ୍ଳବ୍ ଭବାନୀପାଟଣାଙ୍କ ମିଳିତ ସହଯୋଗ ରେ ସିବିଏସଇ, ଆଇସିଏସଇ ଓ ସିଏଚ୍‌ଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ୨୦୨୫ ଟାଉନ ହଲ ଭବାନୀପାଟଣା ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ରୋଟାରି କ୍ଳବ୍ ଅଧ୍ୟକ୍ଷ ଜୟରାମ ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଲ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ରୁପେ ଯୋଗଦାନ କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ମା ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟ ର କୁଳପତି ଡ. ନିବେଦିତା ନାଥ,ସରକାରୀ ପଲିଟେକନିକ ଭବାନୀପାଟଣା ଅଧ୍ୟକ୍ଷ ଅମୂଲ୍ୟ କୁମାର ପଣ୍ଡା, , ସହକାରୀ କମିଶନର, ଜିଏସଟି, ସୃତିରେଖା ବାଗ, ବିଶିଷ୍ଟ ଶିକ୍ଷାବିତ୍ ଡ.ଉମେଶ କୁମାର ଶତପଥୀ,ସମାଜସେବୀ ଚିନ୍ମୟ ବେହେରା, ଓ ସଂଗଠନ ସଭାପତି ଗିରିଜା ପ୍ରସାଦ ପଣ୍ଡା ପ୍ରମୁଖ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଅନୁଷ୍ଠାନ ର ଏଭଳି ଆୟୋଜନ କୁ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ ବୋଲି ବର୍ଣ୍ଣନା କରିଥିଲେ । କାର?୍ୟ୍ୟକ୍ରମ କୁ ସୁସାହିତ୍ୟିକ ବିରଞ୍ଚି ନାରାୟଣ ମୁଣ୍ଡ ସଂଯୋଜନା କରିଥିଲା ବେଳେ ସମାଜ ସେବୀ ହେମନ୍ତ କୁମାର ମୁଣ୍ଡ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର?୍ୟ୍ୟକ୍ରମ ରେ ଜିଲ୍ଲା ର ଦଶମ ଓ ଦ୍ୱାଦଶ ଶ୍ରେଣୀ ରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା କଳାହାଣ୍ଡି ଜିଲ୍ଲା ର ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ,ଜବାହାର ନବୋଦୟ ବିଦ୍ୟାଳୟ ନର୍ଲା, କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା ପ୍ରଗତି ଶିକ୍ଷା ଅନୁଷ୍ଠାନ, ବିମଳା କନଭେଂଟ, ବିକାଶ ଶିକ୍ଷାନୁଷ୍ଠାନ ତଥା ଜିଲ୍ଲା ର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା। ଚଳିତ ଶିକ୍ଷା ବର୍ଷରେ ବିଭିନ୍ନ ବୋର୍ଡ ପରୀକ୍ଷା ରେ ଛାତ୍ର ଛାତ୍ରୀ ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ପ୍ରଗତି ଶିକ୍ଷା ଅନୁଷ୍ଠାନର ସମ୍ପାଦକ ଅଜୟ କୁମାର ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭାରତୀୟ ଷ୍ଟେଟ ବ୍ୟାଙ୍କ, ମୁଖ୍ୟ ଶାଖା ଭବାନୀପାଟଣା, ବ୍ୟାଙ୍କ୍ ଅଫ ଇଣ୍ଡିଆ,ବନ୍ଧନ ବ୍ୟାଙ୍କ୍‌, ଲକ୍ଷ୍ମୀ ପ୍ରିୟା ଜ୍ୱେଲରସ୍ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ପୁରସ୍କାର ଯୋଗାଇ ଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ହୋଇଥିବା ପୁରସ୍କାର ବିତରଣି ସଭା କୁ ଡିପିଇଓ ରୂପ ସିଂ ରାଉତ, ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା,ମୋହନ ଚରଣ ବିଶି ଶିକ୍ଷକ ସୋମନାଥ ସାହୁ,ବିରେନ୍ଦ୍ର ଆଚାର୍ଯ୍ୟ, ପ୍ରଶାନ୍ତ ନନ୍ଦ,ଯୁବ ସଂଗଠକ ଲଳିତ କୁମାର ବିଶି, ବେଦ ପ୍ରକାଶ ପଣ୍ଡା ଓ ଦୁଷ୍ମନ୍ତ କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ। ସଂଗଠନ ସମ୍ପାଦକ ଅବିନାଶ ମୁଣ୍ଡ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢୀ ଧନ୍ୟବାଦ୍ ଅର୍ପଣ କରିଥିଲେ ଓ ସଞ୍ଜୀବ କୁମାର ଠାକୁର ମାନପତ୍ର ପଠନ କରିଥିଲେ। ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ କୃତୀ ଛାତ୍ର ଛାତ୍ରୀଙ୍କ ଅଭିଭାବକ ଅଭିଭାବିକା, ଶିକ୍ଷାପ୍ରେମୀ, ବୁଦ୍ଧିଜୀବୀ , ସ୍ୱେଚ୍ଛାସେବୀ ଓ ଗଣ ମାଧ୍ୟମ ପ୍ରତିନିଧି ମାନେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ଶିକ୍ଷା ବିଭାଗ ତଥା ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ, ମୁଣ୍ଡୁରାଗୁଡ଼ା ଓ ରୋଟାରୀ କ୍ଳବ୍ ଭବାନୀପାଟଣାର ଏଭଳି ପଦକ୍ଷେପ କୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର/ଜୟକୃଷ୍ଣ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande