ବଲାଣି ବିକାଶ ପରିଷଦ ଦ୍ୱାରା ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ, ଆଇନ ଶୃଙ୍ଖଳା ବ୍ୟବସ୍ଥା ମଜବୁତ କରିବାକୁ ଦାବି
ଯୋଡ଼ା, ୨୭ ମଇ (ହି.ସ.)- ସୀମାନ୍ତ ଖଣି ଥାନା ଅଞ୍ଚଳ ବଲାଣିରେ ଦିନକୁ ଦିନ ଅବନତି ପାଉଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମଙ୍ଗଳବାର ପରିଷଦ ଦ୍ୱାରା ବଲାଣି ଥାନାର ଥାନାଅଧିକାରୀ ଲବ ବୋଡାଙ୍କୁ ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ସନ୍ଦର୍ଭରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପରିଷଦ ପକ୍
ଦାବି ପତ୍ର ପ୍ରଦାନ


ଯୋଡ଼ା, ୨୭ ମଇ (ହି.ସ.)- ସୀମାନ୍ତ ଖଣି ଥାନା ଅଞ୍ଚଳ ବଲାଣିରେ ଦିନକୁ ଦିନ ଅବନତି ପାଉଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମଙ୍ଗଳବାର ପରିଷଦ ଦ୍ୱାରା ବଲାଣି ଥାନାର ଥାନାଅଧିକାରୀ ଲବ ବୋଡାଙ୍କୁ ସ୍ଥାନୀୟ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ସନ୍ଦର୍ଭରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପରିଷଦ ପକ୍ଷରୁ କୁହାଯାଇଛି ଯେ, ଥାନା ଅଞ୍ଚଳର ଖଣି ଆବାସିକ କଲୋନୀ କ୍ଷେତ୍ରରେ ଦିନକୁ ଦିନ ଚୋରି ଘଟଣା ବଢିଚାଲିଛି, ଯଦ୍ୱାରା ସାଧାରଣ ଲୋକମାନେ ଅତି ଅସୁରକ୍ଷିତ ବୋଧ କରୁଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାତିବେଳେ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ମୁତୟନ କରିବା ସହିତ ମୁଖ୍ୟ ରାସ୍ତା ସହିତ କଲୋନୀ ରାସ୍ତାରେ ନିୟମିତ ପେଟ୍ରୋଲିଂ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି।

ଏହା ବ୍ୟତୀତ ବଲାଣି ବଜାର ଅଞ୍ଚଳରେ ଅନିୟମିତ ପାର୍କିଂକୁ ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରାଯାଇଛି, ଯାହା ଫଳରେ ଯାତାୟାତ ଜଟିଳ ହେଉଛି ଓ ଆପାତକାଳୀନ ସେବା ବାଧାପ୍ରାପ୍ତ ହେଉଛି । ଅସାମାଜିକ ତତ୍ତ୍ୱମାନଙ୍କ ଉପସ୍ଥିତି ଦ୍ୱାରା ବଲାଣି ଡାକ୍ତରଖାନା ସମ୍ମୁଖରେ ଥିବା ପାର୍କ ଓ ଫୁଟବଲ ଗ୍ରାଉଣ୍ଡ ସାନ୍ଧ୍ୟା ୫ଟାରୁ ୮ଟା ପର୍ଯ୍ୟନ୍ତ ଅପେକ୍ଷାକୃତ ଅସୁରକ୍ଷିତ ହୋଇପଡିଛି । ଏହି ସମୟରେ ଏଠାକୁ ଆସୁଥିବା ମହିଳା ଓ ଛୋଟ ଛୋଟ ପିଲା ମାନେ ପୁଲିସ ଉପସ୍ଥିତି ନଥିବାରୁ ଆତଙ୍କିତ ଅନୁଭବ କରୁଛନ୍ତି। ସେହିପରି ଅପେକ୍ଷାକୃତ କମ୍ ବୟସର ପିଲାମାନେ ବିଭିନ୍ନ ରାସ୍ତାରେ କ୍ଷୀପ୍ର ଗତିରେ ଦୁଇଚକିଆ ଚଳାଇ ବିଭିନ୍ନ ଷ୍ଟଣ୍ଟ ଦେଖାଇ ସାଧାରଣ ଜନତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ଏହା ବ୍ୟତୀତ ଏହି ଅଞ୍ଚଳରେ ଖୋଳାଖୋଲି ଚାଲୁଥିବା ନିଶା କାରବାର ଓ ଚୋରା ଡିଜେଲ କାରବାର ଆଦି ସମସ୍ୟାଗୁଡ଼ିକୁ ଦୃଷ୍ଟିରେ ରଖି ପରିଷଦ ତରଫରୁ କିଛି ପ୍ରମୁଖ ପଦକ୍ଷେପ ନେବା ପାଇଁ ଦାବି କରାଯାଇଛି, ଯଥା: ଅଳ୍ପବୟସ୍କ ଛାତ୍ରଛାତ୍ରୀମାନଙ୍କ ଉପରେ ନିୟନ୍ତ୍ରଣ ନିମନ୍ତେ ନିୟମିତ ଭାବରେ ଯାଞ୍ଚ କରିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ବଜାର ଅଞ୍ଚଳରେ ବ୍ୟବସ୍ଥିତ ଭାବେ ବାହାନ ପାର୍କିଂର ବ୍ୟବସ୍ଥା, ପାର୍କ ଓ ଫୁଟବଲ ପଡିଆ ଅଞ୍ଚଳରେ ସାନ୍ଧ୍ୟା ସମୟରେ ନିୟମିତ ଗସ୍ତ ବ୍ୟବସ୍ଥା, ରାତି ସମୟରେ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ଉପସ୍ଥିତି ସହିତ ରାତ୍ରିକାଳୀନ ପେଟ୍ରୋଲିଂ ବଢାଇବା ଆଦି ଦାବି ରଖାଯାଇଛି ।

ପରିଷଦ ପକ୍ଷରୁ ଏହି ଦାବିପତ୍ର ପ୍ରଦାନ ସମୟରେ ଶ୍ରମିକ ନେତା ପଦ୍ମଲୋଚନ ମହାନ୍ତଙ୍କ ସହିତ ଅନେକ ଶ୍ରମିକ ସଂଗଠନ ପ୍ରତିନିଧି, ଖଣି କର୍ମଚାରୀ, ବିଭିନ୍ନ ଠିକାଦାର ଓ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ। ପରିଷଦ ପକ୍ଷରୁ ବିଲାଣି ବିକାଶ ପରିଷଦର ସମ୍ପାଦକ ଶିବାଶିଷ ନନ୍ଦ ଏହି ଦାବିପତ୍ର ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବାଶିଷ୍ ନନ୍ଦ


 rajesh pande