ସୁବର୍ଣ୍ଣପୁର 27 ମେ (ହି.ସ.)ଦୁର୍ଘଟଣାଗ୍ରସ୍ତ କାରରୁ ଦେଶୀ ବନ୍ଧୁକ ମିଳିବା ଘଟଣାକୁ ନେଇ ସୁବର୍ଣ୍ଣପୁର ଏସପିଙ୍କ ତଦନ୍ତ ଆରମ୍ଭ । ସୋନପୁର-ସମ୍ବଲପୁର ରାସ୍ତାର ମାଟିଖାଇ ନୂଆଁ ବସ୍ତି ନିକଟରେ ଗତ ୨୫ ତାରିଖ ରାତିରେ ଏକ ଫରଚୁନର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ଜଣେ ନାବାଳକ ସମେତ ମୋଟ ତିନିଜଣ ଗୁରୁତର ହୋଇଥିଲେ ।ଗୁରୁତରଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଉଲୁଣ୍ଡା ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଦୁର୍ଘଟଣାଗ୍ରସ୍ତ କାରରୁ ଏକ ଦେଶୀ ବନ୍ଧୁକ ସହ କିଛି ଜୀବନ୍ତ ଗୁଳି ଉଦ୍ଧାର ହୋଇଥିଲେ । ଉଦ୍ଧାର ଦେଶୀ ବନ୍ଧୁକ କେଉଁଠୁ ଆସିଥିଲା । କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ କାରରେ ଯାଉଥିବା ଲୋକମାନେ ଏହି ବନ୍ଧୁକକୁ ନେଇ ଯାଉଥିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଘଟଣାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରୟଣ ନାୟକ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ । ତେବେ ତଦନ୍ତ ଜାରୀ ରହିଥିବାରୁ ଏନେଇ ପୋଲିସ ପ୍ରତିକ୍ରୀୟା ମିଳିପାରିନାହିଁ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ