ବିହାରର ଜୟନଗର ସ୍ଥିତ ନେପାଳ ସୀମାରେ ଦେଖାଗଲା ଡ୍ରୋନ୍‌, ସୁରକ୍ଷା ବଳ ସତର୍କ
ପାଟନା, ୨୭ ମଇ (ହି.ସ.)- ବିହାରରେ ମଧୁବନୀ ଜିଲ୍ଲାର ଜୟନଗର ସ୍ଥିତ ଭାରତ-ନେପାଳ ସୀମାର କମଲା ବିଓପି ଅଂଚଳରେ ସୋମବାର ବିଳମ୍ବିତ ରାତିରେ ପ୍ରାୟ ୧୫ରୁ ୨୦ଟି ଡ୍ରୋନ୍ ଦେଖିବାକୁ ମିଳିଛି । ଏସବୁ ଡ୍ରୋନ୍ ଉତରରୁ ପୂର୍ବ ଆଡକୁ ଭାରତୀୟ କ୍ଷେତ୍ର ଆଡକୁ ଆସି ତୁରନ୍ତ ପଶ୍ଚିମରୁ ଉତର ନେପାଳ ଆଡକୁ ଫେରିଯାଇଛି
ବିହାରର ଜୟନଗର ସ୍ଥିତ ନେପାଳ ସୀମାରେ ଦେଖାଗଲା ଡ୍ରୋନ୍‌, ସୁରକ୍ଷା ବଳ ସତର୍କ


ପାଟନା, ୨୭ ମଇ (ହି.ସ.)- ବିହାରରେ ମଧୁବନୀ ଜିଲ୍ଲାର ଜୟନଗର ସ୍ଥିତ ଭାରତ-ନେପାଳ ସୀମାର କମଲା ବିଓପି ଅଂଚଳରେ ସୋମବାର ବିଳମ୍ବିତ ରାତିରେ ପ୍ରାୟ ୧୫ରୁ ୨୦ଟି ଡ୍ରୋନ୍ ଦେଖିବାକୁ ମିଳିଛି । ଏସବୁ ଡ୍ରୋନ୍ ଉତରରୁ ପୂର୍ବ ଆଡକୁ ଭାରତୀୟ କ୍ଷେତ୍ର ଆଡକୁ ଆସି ତୁରନ୍ତ ପଶ୍ଚିମରୁ ଉତର ନେପାଳ ଆଡକୁ ଫେରିଯାଇଛି । ଡ୍ରୋନ୍ ଦେଖାଯିବା ପରେ ଭାରତ-ନେପାଳ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

ଅନ୍ୟପକ୍ଷରେ ଡ୍ରୋନ୍ ଦେଖାଦେବା ନେଇ ସୂଚନା ମିଳିବା ପରେ ଲୋକଙ୍କ ମଧ୍ୟରେ ଭୟର ମାହୋଲ୍ ସୃଷ୍ଟି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande