ଜୟପୁର, ୨୭ ମଇ (ହି.ସ.)- ଜୟପୁର ସଦର ଥାନା ଅନ୍ତର୍ଗତ ବାର୍ଲାହାଣ୍ଡିରେ ଅବକାରି ଚଢଉ ହୋଇଛି । ଦେଶି ମଦ ଚାଲାଣ କରୁଥିବା ସୂଚନା ପାଇ ବାର୍ଲାହାଣ୍ଡି ଗ୍ରାମ ରାସ୍ତାରେ ଚଢଉ ହୋଇଛି । ଚଢଉ କରି ନିଳକଣ୍ଠ ଭୁମିଆ (୫୦)କୁ ଗିରଫ କରି ତା ଠାରୁ ୯ ଲିଟର ଭାଟି ମଦ ଜବତ କରାଯାଇଛି । ଗିରଫ ଅଭିଯୁକ୍ତକୁ ଆଜି ଅପରାହ୍ନ ୨ଟାରେ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ହିରଣ ସୁବ୍ରତ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି