ଜୟପୁର, ୨୭ ମଇ (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ପୌରସଂସ୍ଥାର ୨୮ଟି ୱାର୍ଡରେ ବସବାସ କରୁଥିବା ନୂତନ ହିତାଧିକାରୀଙ୍କୁ ସରକାରଙ୍କ ପେନସନ ଯୋଜନାରେ ସାମିଲ କରାଯାଇ ବଂଟନ କରାଯାଇଛି। ସହରର ସମସ୍ତ ୨୮ଟି ୱାର୍ଡର ୧୮୨ଜଣ ହିତାଧିକାରୀଙ୍କୁ ପେନସନ ଯୋଜନାରେ ସାମିଲ କରାଯାଇ ମାସିକ ଏକ ହଜାର ଏବଂ ଛତା ଓ ଯୋତା ବାବଦକୁ ୪ଟଙ୍କା ପ୍ରଦାନ କରାଯାଇଛି । ଏହି ୧୮୨ ଜଣ ନୂତନ ହିତାଧିକାରୀଙ୍କ ମଧ୍ୟରୁ ୨୧ଜଣ ଭିନ୍ନକ୍ଷମ, ୭୮ ଜଣ ବୃଦ୍ଧ ଓ ବୃଦ୍ଧା, ୮୨ଜଣ ବିଧବା, ଜଣେ କିନ୍ନର ରହିଛନ୍ତି । ଏହି ଅବସରରେ ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, କାଉନସିଲର ଯଶପାଲ ସିଂ, ପାର୍ଥ ସାରଥୀ ମଲ୍ଲିକ, ପ୍ରଣବ କିଶୋର ନାୟକ, ଗୋପୀନାଥ ମହାନ୍ତି, ସିମାଞ୍ଚଳ ବିଶୋୟୀ, ବି. ବିଷ୍ଣୁ ବର୍ଦ୍ଧନ ରେଡ୍ଡି, ଅନିତା କୁମାରୀ ରାୟ, ଦେବଶ୍ରୀ ନାୟକ, ମଧୁସ୍ମିତା ଓରାନ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କାଉନସିଲର ମାନେ ଉପସ୍ଥିତ ଥିଲେ । ରାଜ୍ୟସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି ଏହିପରି ଆଗାମୀ ଦିନରେ ଅନ୍ୟାନ୍ୟ ହିତାଧିକାରୀଙ୍କୁ ଅନ୍ୟାନ୍ୟ ପେନସନ ଯୋଜନାରେ ଚୟନ କରାଯାଇ ସାମିଲ କରାଯିବ ବୋଲି ପୌରସଂସ୍ଥା ପକ୍ଷରୁ ପ୍ରକାଶ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ପୌର ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ ଜଗନ୍ନାଥ ନାୟକ ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ କର୍ମଚାରୀ ମାନେ ସହାୟତା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି