ଖୋର୍ଦ୍ଧା, 27 ମେ (ହି.ସ.) ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ, ଗମ୍ଭାରିମୁଣ୍ଡା ଗ୍ରାମ ପଂଚାୟତର ପତିତପାବନ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣlଣି ଶିବିର ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା , ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ବାଣପୁର ପଂଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ , ଗମ୍ଭାରୀ ମୁଣ୍ଡା ଗ୍ରାମପଞ୍ଚାୟତ ସରପଞ୍ଚ , ପ୍ରେମାଞଳି ପଟ୍ଟନାୟକ,ବି ଡି ଓ ଶୀତଳ ଅଗ୍ରୱାଲ , ତହସିଲଦାର ପଦ୍ମନାଭ ଦୋରା, ଡେପୁଟି କଲେକ୍ଟର, ଅଭିଯୋଗ ଆର୍ତ୍ତତ୍ରାଣ ମଲ୍ଲିକ, ଡେପୁଟି କଲେକ୍ଟର ଶ୍ରିତପା ମିଶ୍ର,ସହକାରୀ ଜିଲ୍ଲାପାଳ, ଅଭିଯୋଗ, ଭୁବନେଶ୍ଵରୀ କଅଁର ଯୋଗଦେଇଥିଲେ l ଆଜିର ଅଭିଯୋଗ ଶିବିରକୁ ମୋଟ ୮୮ଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୭୩ ଟି ଅଭିଯୋଗ ବ୍ୟକ୍ତିଗତ, ୦୮ଟି ଅଭିଯୋଗ ଗ୍ରାମୀଣ ସମସ୍ୟା ଜନିତ ଥିଲା l ଜିଲ୍ଲାପାଳ ଅଭିଯୋଗ ସ୍ଥଳରେ ୦୫ଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ l ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଗାମ୍ଭାରୀମୁଣ୍ଡା ଗ୍ରାମ ପଞ୍ଚାୟତର ଭେଟେଶ୍ୱର ଗ୍ରାମର ମିନତୀ ସ୍ୱାଇଁଙ୍କୁ ୦୫ ହଜାର, ନୂଆସାହି ଦେଓଗାଁ ଗ୍ରାମର ଗଗନ ପ୍ରଧାନଙ୍କୁ ୧୫ହଜାର କୁ ନେଇ ମୋଟ ୨ ଜଣ ଅଭିଯୋଗ କାରୀଙ୍କୁ ସ୍ୱାସ୍ଥ୍ୟ ଚିକିତ୍ସା ନିମନ୍ତେ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ପରେ ଜିଲ୍ଲାପାଳ ଶ୍ରୀ ରାଣା ସମନ୍ୱିତ ଶିଶୁ ବିକାଶ ଯୋଜନା, ମିଶନ ଶକ୍ତି , ଓଡିଶା ଜୀବିକା ମିଶନ, ଗ୍ରାମୀଣ ଗୃହ, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ଶିବିର, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସ୍ବଚ୍ଛତା ଷ୍ଟଲ୍, ଉଦ୍ୟାନ କୃଷି, ମତ୍ସ୍ୟ, ଏସ ଏସ ଇ ପି ଡି , ଆୟୁଷ୍ମାନ ଆରୋଗ୍ୟ , ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଜିବୀ କଲ୍ୟାଣ ସେବା, ପ୍ରାଣୀ ସମ୍ପଦ ସେବା,ବେଟି ବଚାଓ ବେଟି ପଢ଼ାଓ, ଆଦ୍ଵିକା, ଭି ଏଚ୍ ଏସ ଏନ୍ ଡି, ପୋଷଣ ପକ୍ଷ ଆଦି ସଚେତନତା ଷ୍ଟଲ୍ ବୁଲି ଦେଖିଥିଲେ l ଜନଶୁଣାଣି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହିଆଲ ,ଜିଲ୍ଲା ମଙ୍ଗଳ ଅଧିକାରୀ, ଡ. ଗୀତାଂଶୁ ଦାଶ, ଜିଲ୍ଲା ପଂଚାୟତ ଅଧିକାରୀ ଶ୍ୟାମଲେନ୍ଦୁ ନାୟକ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ, ସୁଗୁଡା ମୁର୍ମୁ ,ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ଇଂ ରଶ୍ମିତା ଦାସ ,ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲାଇନ ଡିପାର୍ଟମେଣ୍ଟ ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀ ମାନେ ଯୋଗ ଦେଇଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ