ଶୀତଳ ଷଷ୍ଠୀ ଉପଲକ୍ଷେ ଜିଲ୍ଲା ଓକିଲ ସଂଘ ସଭାପତି ବାସୁଦେବ ରଥଙ୍କ ସନ୍ଦେଶ
ବଲାଙ୍ଗିର 27 ମେ (ହି.ସ.) ବଲାଙ୍ଗିର ଜିଲ୍ଲା ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲା ଭାବେ ପରିଗଣିତ।ଏହି ଜିଲ୍ଲାରେ ଅନେକ ଜ୍ଞାନୀଗୁଣୀ,ମହାନ୍ ବ୍ୟକ୍ତିତ୍ୱ ଜନ୍ମ ନେଇଛନ୍ତି। ଏ ମାଟି ମାଁ ସମଲେଶ୍ଵରୀ, ମାଁ ପାଟଣେଶ୍ୱରୀ ଙ୍କ ମାଟି। ଏ ମାଟିର ମହକରେ ଅଛି ଆତ୍ମୀୟତା, ଭାତୃଭାବ, ମଣିଷପଣିଆ ଏବଂ ସମସ୍ତେ ସମସ୍ତଙ୍
ଶୀତଳ ଷଷ୍ଠୀ ଉପଲକ୍ଷେ ଜିଲ୍ଲା ଓକିଲ ସଂଘ ସଭାପତି ବାସୁଦେବ ରଥଙ୍କ ସନ୍ଦେଶ


ବଲାଙ୍ଗିର 27 ମେ (ହି.ସ.)

ବଲାଙ୍ଗିର ଜିଲ୍ଲା ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲା ଭାବେ ପରିଗଣିତ।ଏହି ଜିଲ୍ଲାରେ ଅନେକ ଜ୍ଞାନୀଗୁଣୀ,ମହାନ୍ ବ୍ୟକ୍ତିତ୍ୱ ଜନ୍ମ ନେଇଛନ୍ତି। ଏ ମାଟି ମାଁ ସମଲେଶ୍ଵରୀ, ମାଁ ପାଟଣେଶ୍ୱରୀ ଙ୍କ ମାଟି। ଏ ମାଟିର ମହକରେ ଅଛି ଆତ୍ମୀୟତା, ଭାତୃଭାବ, ମଣିଷପଣିଆ ଏବଂ ସମସ୍ତେ ସମସ୍ତଙ୍କ ପ୍ରତି ଭଲ ପାଇବା।ଏଭଳି ଏକ ଜିଲ୍ଲାରେ ମୁଁ ଜନ୍ମଗ୍ରହଣ କରିଥିବାରୁ ମୋର ନିଜକୁ ଧନ୍ୟ ମନେ କରୁଛି।

ଆଉ କିଛି ଦିନ ପରେ ଦେବ ଦେବ ମହାଦେବ ଏବଂ ମାଁ ପାର୍ବତୀଙ୍କ ବିବାହ ଉତ୍ସବ ବିଭିନ୍ନ ସଂଗଠନ ପକ୍ଷରୁ ମହାସମାରୋହରେ ପାଳିତ ହେବ। ଯାହାକି ଶୀତଳ ଷଷ୍ଠୀ ନାମରେ ନାମିତ।ଏହି ଶୁଭ ଅବସର ରେ ଆପଣ ମାନଙ୍କ ସମସ୍ତଙ୍କ ଶୁଭକାମନା କରୁଛି। ଶାନ୍ତିର ସହ ଆଧ୍ୟାତ୍ମିକ ପରିବେଶରେ ଶୀତଳଷଷ୍ଠୀ ପାଳନ କରିବା ପାଇଁ ଅନୁରୋଧ ସହ ଆପଣ ମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରୁଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande