ଭଦ୍ରକ, ୨୭ ମଇ (ହି.ସ.) - ଏହି ଜିଲାର ଆଗରରପଡା ନିକଟସ୍ଥ ବଡବଚ୍ଚିକୟାଁ ଠାରେ ଆଜି ଭଦ୍ରକ ଜିଲ୍ଲାପାଳ ଦିଲ୍ଲିପ ରାଉତରାୟ ଗ୍ରାମ୍ୟ ପାଠାଗାରକୁ ଉଦ୍ଘାଟନ କରିଛନ୍ତି । ସମାଜିକ କର୍ମୀ ବିଶ୍ୱଜିତ ପଣ୍ଡାଙ୍କ ତତ୍ୱାବଧାନରେ ସ୍ଥାନୀୟ ସରପଂଚ ପୁଷ୍ପାଞ୍ଜଳୀ ସ୍ୱାଇଁ, ପୂର୍ବତନ ସରପଂଚ ସୁରେନ୍ଦ୍ର ଜେନା, ଶିିକ୍ଷାବିତ୍ ସନାତନ ପେଡି, ଆଦିକନ୍ଦ ପଣ୍ଡା, ଭାଗିରଥି ସେଠୀ, ମଣିଭଦ୍ର ବାରିକ, ରଘୁନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ବନ୍ତ ବ୍ଲକରେ ପ୍ରଥମ କରି ପାଠାଗାର ଖୋଲିବା ପରିକଳ୍ପନାକୁ ପ୍ରଶଂସା କରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ । ଏହି ଅବସରରେ ସ୍ଥାନିୟ ମୁକ୍ତେଶ୍ୱର ମହାଦେବ ମନ୍ଦିର ପାଶ୍ୱର୍ରେ ଥିବା ଗୃହକୁ ଅତିଥି ମାନେ ଫିତା କାଟି ଉଦ୍ଘାଟନ କରିଥିଲେ । ଅମୃତଲାଲ୍ ମହାନ୍ତି, ଭଗବାନ ପୁରୀ, ସିଦ୍ଧାର୍ଥ ଶଙ୍କର ଜେନା, ଲମ୍ବୋଦର ତ୍ରିପାଠୀ, ସୁଶାନ୍ତ ପେଡି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରକାଶଥାଉକି ଏହି ପାଠାଗାର ମାଧ୍ୟମରେ ଛାତ୍ରଛାତ୍ରୀ ଓ ବରିଷ୍ଠଙ୍କୁ ପୁସ୍ତକ ପଢିବାର ସୁଯୋଗ ଦେବା ସଙ୍ଗେ ସଙ୍ଗେ ହଜି ହଜି ଯାଉଥୁବା ପୌରାଣିକ ଜ୍ଞାନ ଆହରଣ ନେଇ ଲକ୍ଷ୍ୟ ରଖିଛନ୍ତି ସାମାଜିକ କର୍ମୀ ଶ୍ରୀ ପଣ୍ଡା । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ