ଖୋର୍ଦ୍ଧା, ୨୭ ମଇ (ହି.ସ.) - ପାଣି ମିଟର ଚୋରି ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ୨ଜଣକୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ବେଗୁନିଆ ଥାନା ବୋରିକ ନୂଆ ଗାଁ ର ସନ୍ତୋଷ ବେହେରା ଓ ଖୋର୍ଦ୍ଧା ସାମନ୍ତରାପୁରର ଶିବ ବେହେରା।
ପୋଲିସ ସୂଚନା ମୁତାବକ ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ତଳସାହି ଓ ଡାକ୍ତର ସାହିର ବିଭିନ୍ନ ହିତାଧିକାରୀଙ୍କ ଦୁଆରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଣି ମିଟର ସଂଯୋଗ କରାଯାଇଥିଲା। ହେଲେ ଦୁଇ ଦିନ ଚୋରି ହୋଇଯାଇଥିଲା। ଏନେଇ ହିତାଧିକାରୀ ସତ୍ୟ ନାରାୟଣ ଶତପଥି ଖୋର୍ଦ୍ଧା ଆଦର୍ଶ ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତି କରି ପୋଲିସ ଦୁଇ ଜଣକୁ ଗିରଫ କରିଛି।
ହିନ୍ଦୁସ୍ଥାନ ସମାଚାର/ରାକେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ରାକେଶ