ସୁବର୍ଣ୍ଣପୁର , ୨୭ ମଇ (ହି ସ) - ସକାଳ ୮ ଟା ରେ ଏସପିଏଲ-୩ ର ଶୁଭ ଉଦ୍ଘାଟନ ସ୍ଥାନୀୟ ଗାନ୍ଧୀ ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ କାଉନସିଲର ତଥା ଜିଲ୍ଲା କ୍ରୀଡ଼ା ସଂଘ ସଂପାଦକ ପୀୟୂଷ କୁମାର ପଣ୍ଡା, ଏସ ପି ଏଲ୍ କମିଟି ଅଧ୍ୟକ୍ଷ ବି.ସତ୍ୟ ନାରାୟଣ ରାଓ, ସଂପାଦକ ନବ କିଶୋର ମିଶ୍ର, ଜିଲ୍ଲା କ୍ରିକେଟ ସଂଘ ସଭାପତି ପ୍ରଦୀପ କୁମାର ସେଠୀ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ରାମ ଇଲେଭେନ୍ ଓ ବିଜୟ ଫାଇଟର ଦଳ ମଧ୍ୟରେ ଆଜି ର ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ୨୦ ଓଭର ବିଶିଷ୍ଟ ମ୍ୟାଚ ରେ ରାମ ଇଲେଭେନ୍ ଦଳ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ବିନିମୟରେ ବିଜୟ ଫାଇଟର ଦଳ କୁ ୧୫୭ ରନ୍ ଟାର୍ଗେଟ ଦେଇଛି । ଦଳ ପକ୍ଷରୁ ଗୋବିନ୍ଦ ପାତ୍ର ସର୍ବାଧିକ ୯୪ ରନ୍ ସଂଗ୍ରହ କରି ଥିବା ବେଳେ ଶଙ୍କର ଘଡିଆ ୨ ଟି ଓ ଗଣେଶ ମହାପାତ୍ର ୨ ଗୋଟି ୱିକେଟ ହାସଲ କରିଥିଲେ । ମ୍ୟାଚର ଦ୍ୱିତୀୟ ଇନିଂସ ରେ ବିଜୟ ଫାଇଟର ଦଳ ୧୪ ଓଭର ରେ ମାତ୍ର ୨ ୱିକେଟ ହରାଇ ୧୫୯ ରନ କରି ୮ ୱିକେଟ ରେ ସହଜ ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ ଶଙ୍ଖ ଘଡିଆ ୫୫ ରନ, ସିକନ୍ ସେଠୀ ଅପରାଜିତ ୬୮ ରନ ସଂଗ୍ରହ କରି ଥିବା ବେଳେ ବିଷ୍ଣୁ ନାୟକ ଓ ମନୋଜ ବଡଚାଟ ୧ ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ଆଜି ର ଉଦଘାଟନୀ ସଭା ଓ ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ ବି.ଏସ.ରାଓ । ଅମ୍ପାୟାର ଶ୍ରିବନ୍ତ ନାୟକ ଓ ସୁଶାନ୍ତ ସେଠ ଖେଳ ପରିଚାଳନା କରିଥିବା ବେଳେ ଦିନେଶ ଘିବିଲା ଓ ବିଶ୍ୱନାଥ ନାୟକ ସ୍କୋରର ଦାୟିତ୍ୱ ତୁଲାଇ ଥିଲେ । ଜିଲ୍ଲା କ୍ରିକେଟ ସଂଘ ବରିଷ୍ଠ ସଦସ୍ୟ ଶ୍ୟାମ ସୁନ୍ଦର ପାତ୍ର, ସୁଧାଂଶୁ ଶେଖର ମିଶ୍ର, ବାଙ୍କା ବିହାରୀ ମହଲା, ପ୍ରଦୀପ୍ତ ସେଠୀ, ରାଜେନ୍ଦ୍ର ମିଶ୍ର , ପାର୍ଥ କର ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ