ସମ୍ବଲପୁର ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀ କପ୍ - ଅନ୍ତର୍ଜିଲ୍ଲା ଜୋନାଲ୍ ଫୁଟବଲ୍ ଟୁର୍ଣ୍ଣାମେଂଟ
ସମ୍ବଲପୁର, ୨୭ ମଇ (ହି.ସ.) - ରାଜ୍ୟ କ୍ରୀଡା ବିଭାଗ ସହଯୋଗରେ ମୁଖ୍ୟମନ୍ତ୍ରୀ କପ୍ ଅନ୍ତର୍ଜିଲ୍ଲା ଜୋନାଲ୍ ଫୁଟବଲ୍ ଟୁର୍ଣ୍ଣାମେଂଟ-୨୦୨୫ ଆସନ୍ତା ମେ ୨୮ ତାରିଖ ରୁ ଆରମ୍ଭ ହୋଇ ଜୁନ ୩ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ର ଭିଏସଏସ୍ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଂଟରେ ସମ୍ବଲପୁର, ଝାରସ
ସମ୍ବଲପୁର ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀ କପ୍ - ଅନ୍ତର୍ଜିଲ୍ଲା ଜୋନାଲ୍ ଫୁଟବଲ୍ ଟୁର୍ଣ୍ଣାମେଂଟ


ସମ୍ବଲପୁର, ୨୭ ମଇ (ହି.ସ.) - ରାଜ୍ୟ କ୍ରୀଡା ବିଭାଗ ସହଯୋଗରେ ମୁଖ୍ୟମନ୍ତ୍ରୀ କପ୍ ଅନ୍ତର୍ଜିଲ୍ଲା ଜୋନାଲ୍ ଫୁଟବଲ୍ ଟୁର୍ଣ୍ଣାମେଂଟ-୨୦୨୫ ଆସନ୍ତା ମେ ୨୮ ତାରିଖ ରୁ ଆରମ୍ଭ ହୋଇ ଜୁନ ୩ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ର ଭିଏସଏସ୍ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଂଟରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଳାଙ୍ଗିର, ନୂଆପଡା ଓ ବରଗଡ଼ ଜିଲ୍ଲାର ମୋଟ୍ ୮ଟି ଫୁଟବଲ୍ ଦଳ ଅଂଶଗ୍ରହଣ କରିବେ। ଏହି ଟୁର୍ଣ୍ଣାମେଂଟ ଦ୍ୱାରା ଜିଲ୍ଲା ସ୍ତରରେ କୁଶଳୀ ଖେଳାଳିଙ୍କୁ ଚିହ୍ନଟ କରି ରାଜ୍ୟ ସ୍ତରରେ ପ୍ରସ୍ତୁତ କରାଯିବ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande