ଦଳ ପଚାରିଲାନି ସେ ଲାଗି ଦଳ ଛାଡିଲି ରାଜ୍ୟ ସ˚ପାଦକ ସୁବାଷ
ଜୟପୁର 27 ମେ (ହି.ସ.)ପୂର୍ବତନ ବିଜେଡି ରାଜ୍ୟ ସ˚ପାଦକ ସୁବାଷ ରାଉତ ଆଜି ବିଜେଡି ଦଳ ଛାଡିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀର ପ୍ରକାଶ କରିଛନ୍ତି। ଗତ କିଛିଦିନ ହେଲା ସେ ବିଜେଡି ଦଳର ସଦସ୍ୟ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ। ତାଙ୍କ କାର୍ଯ୍ୟକଳାପକୁ ଦେଖି ପୂର୍ବତନ ସରକାର ତଥା ବିଜେଡି ଦଳ ପକ୍ଷରୁ ତ
ଦଳ ପଚାରିଲାନି ସେ ଲାଗି ଦଳ ଛାଡିଲି ରାଜ୍ୟ ସ˚ପାଦକ ସୁବାଷ


ଜୟପୁର 27 ମେ (ହି.ସ.)ପୂର୍ବତନ ବିଜେଡି ରାଜ୍ୟ ସ˚ପାଦକ ସୁବାଷ ରାଉତ ଆଜି ବିଜେଡି ଦଳ ଛାଡିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀର ପ୍ରକାଶ କରିଛନ୍ତି। ଗତ କିଛିଦିନ ହେଲା ସେ ବିଜେଡି ଦଳର ସଦସ୍ୟ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ। ତାଙ୍କ କାର୍ଯ୍ୟକଳାପକୁ ଦେଖି ପୂର୍ବତନ ସରକାର ତଥା ବିଜେଡି ଦଳ ପକ୍ଷରୁ ତାଙ୍କୁ ରାଜ୍ୟ ସ˚ପାଦକର ପଦବୀ ଦିଆଯାଇଥିଲା। କିନ୍ତୁ ଆଜି ସେ ସେ ପଦବୀ ତଥା ବିଜୁ ଜନତାଦଳରୁ ଇସ୍ତଫା ଦେବା ନେଇ ରାଜ୍ୟ ସଭପତିଙ୍କୁ ଲିଖିତ ଭାବେ ଜଣାଇବା ସହ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସେ ଆଗକୁ କେଉଁ ଦଳକୁ ଯିବେ ନାହିଁ ବୋଲି କହିବା ସହ ବିନା ଦଳରେ ସହରର ଉନ୍ନତି ତଥା ଜୟପୁର ନିର୍ବାଚନ ମଣ୍ତଳୀର ଉନ୍ନତି ନିମନ୍ତେ ଯାହା ଆବଶ୍ୟକ ତାହା କରିବି ବୋଲି କହିଛନ୍ତି। ସେ ଜଣେ କ୍ରିକେଟର ହୋଇଥିବା ଯୋଗୁଁ କ୍ରୀଡା କ୍ଷେତ୍ରରେ କୋରାପୁଟ ଜିଲ୍ଲା କିପରି ଅଗ୍ରଗତି ହେବ ସେନେଇ ସରକାରଙ୍କ ନିକଟରେ ଦାବି କରିବି ବୋଲି କହିଛନ୍ତି। ବିଜୁ ଜନତା ଦଳ ଲୋକଙ୍କ ସେବା ଓ ଉନ୍ନତିମୂଳକ କାର୍ଯ୍ୟ କରୁଥିବା ଯୋଗୁଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିଲି। କିନ୍ତୁ ବର୍ତ୍ତମାନ ବିଜେପି ସରକାର ଯେଉଁ କାର୍ଯ୍ୟ କରୁଛି ମୁଁ ତାକୁ ସମର୍ଥନ କରୁଛି। ଆଗାମୀ ଦିନରେ ଯଦି ବିଜେପି ସରକାର ମୋର ସାହାର୍ଯ୍ୟ ଲୋଡନ୍ତି ତେବେ ମୁଁ ବିଜେପି ଦଳ ପାଇଁ ମଧ୍ୟ ସାହାର୍ଯ୍ୟ କରିବି ବୋଲି କହିଛନ୍ତି। ଦଳ ପାଇଁ କଷ୍ଟ କରିବା ସତ୍ତ୍ବେ ମଧ୍ୟ ଦଳ ମୋତେ ନ ପଚାରିବାରୁ ମୁଁ ଦଳ ଛାଡିଲି ବୋଲି ଶ୍ରୀ ରାଉତ କହିଛନ୍ତି। ଏପରିକି ବିଜେଡି ଦଳର ନେତା ମାନେ ମୋତେ ଉପେକ୍ଷା କରିଛନ୍ତି ଏବ˚ କାଲି ସକାଳୁ ଆସି ରାଜନୀତି କରିବ କି ବୋଲି ମଧ୍ୟ କିଛି ନେତା ପ୍ରଶ୍ନ କରିଛନ୍ତି। କିନ୍ତୁ ମୁଁ ଚାହୁଁଛି ଜୟପୁର ହେଉଛି ଭାଇଚାରାର ସହର ଏଠି ଆମ ଭିତରେ ମନାନ୍ତର ମତାନ୍ତର ନ ରଖି ସମସ୍ତେ ମିଳିମିଶି ରହିବା ଉଚିତ। ଯିଏ ଭି ନେତା ହୁଅନ୍ତୁ ନା କାହିଁକି ସହରର ଉନ୍ନତି ହେଉ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande