ଦ୍ୱିତୀୟ ଥର ପାଇଁ ବାପା ହେଲେ ତେଜସ୍ୱୀ
କୋଲକାତା, ୨୭ ମଇ (ହି.ସ.)- ରାଷ୍ଟ୍ରିୟ ଜନତା ଦଳ (ରାଜଦ)ର ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ପୁଣି ଥରେ ବାପା ହୋଇଛନ୍ତି । ତାଙ୍କ ପତ୍ନୀ ରାଜଶ୍ରୀ ସୋମବାର କୋଲକାତାର ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ତେଜସ୍ୱୀ ଯାଦବ ନିଜେ ମଙ୍ଗଳବାର ସକାଳେ ସୋସ
ଦ୍ୱିତୀୟ ଥର ପାଇଁ ବାପା ହେଲେ ତେଜସ୍ୱୀ


କୋଲକାତା, ୨୭ ମଇ (ହି.ସ.)- ରାଷ୍ଟ୍ରିୟ ଜନତା ଦଳ (ରାଜଦ)ର ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ପୁଣି ଥରେ ବାପା ହୋଇଛନ୍ତି । ତାଙ୍କ ପତ୍ନୀ ରାଜଶ୍ରୀ ସୋମବାର କୋଲକାତାର ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ତେଜସ୍ୱୀ ଯାଦବ ନିଜେ ମଙ୍ଗଳବାର ସକାଳେ ସୋସିଆଲ ମିଡ଼ିଆରେ ଏ ସମ୍ପର୍କରେ ସୂଚନା ପୋଷ୍ଟ କରିଛନ୍ତି ।

ତେଜସ୍ୱୀ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ସୁପ୍ରଭାତ, ଶେଷରେ ଅପେକ୍ଷାର ଅନ୍ତ ଘଟିଲା । ନିଜର ଶିଶୁପୁତ୍ରର ଆଗମନ ବାବଦରେ ଘୋଷଣା କରିବା ସହ ସେ କହିଛନ୍ତି ଯେ ମୁଁ ବହୁତ କୃତଜ୍ଞ, ଧନ୍ୟ ଏବଂ ଅତ୍ୟନ୍ତ ପ୍ରସନ୍ନ । ଏହି ପୋଷ୍ଟ ସହିତ ସେ ନିଜ ପୁଅର ଫଟୋ ପୋଷ୍ଟ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande