-ସିଏମ ଟ୍ରଫିରେ ଅଂଶ ଗ୍ରହଣ ପଇଁ କେନ୍ଦ୍ରାପଡା ରୁ ଭୁବନେଶ୍ୱର ଗଲେ ୨୨ ଖୋଳାଳୀ
କେନ୍ଦ୍ରାପଡା 27 ମେ (ହି.ସ.): ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସିଏମ ଟ୍ରଫି ଟୁର୍ନାମେଣ୍ଟରେ ଅଂଶ ଗ୍ରହଣ କରିବା ପାଇଁ କେନ୍ଦ୍ରାପଡ଼ାରୁ ୨୨ ଜଣିଆ ଦଳ ଭୁବନେଶ୍ୱର ଗସ୍ତ କରିଛନ୍ତି । ଏହି ଖେଳାଳୀ ମାନେ ଜିଲ୍ଲାପାଳଙ୍କ ବାସ ଭବନରେ ପହଁଚି ସେଠାରୁ ଏକ ଗାଡି ଯୋଗେ କୋଚ ସରତ କୁମାର ଜ
-ସିଏମ ଟ୍ରଫିରେ ଅଂଶ ଗ୍ରହଣ ପଇଁ କେନ୍ଦ୍ରାପଡା ରୁ ଭୁବନେଶ୍ୱର ଗଲେ ୨୨ ଖୋଳାଳୀ


କେନ୍ଦ୍ରାପଡା 27 ମେ (ହି.ସ.): ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସିଏମ ଟ୍ରଫି ଟୁର୍ନାମେଣ୍ଟରେ ଅଂଶ ଗ୍ରହଣ କରିବା ପାଇଁ କେନ୍ଦ୍ରାପଡ଼ାରୁ ୨୨ ଜଣିଆ ଦଳ ଭୁବନେଶ୍ୱର ଗସ୍ତ କରିଛନ୍ତି । ଏହି ଖେଳାଳୀ ମାନେ ଜିଲ୍ଲାପାଳଙ୍କ ବାସ ଭବନରେ ପହଁଚି ସେଠାରୁ ଏକ ଗାଡି ଯୋଗେ କୋଚ ସରତ କୁମାର ଜେନା, ସହକାରୀ କୋଚ ଏସକେ ଅଜିମୁଦ୍ଧିନ ଏବଂ ମ୍ୟାନେଜର ମନୋଜ କୁମାର ଦାସ ଭୁବନେଶ୍ୱର ଗସ୍ତ କରିଛନ୍ତି ଜ୍ଝ ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଖେଳାଳି ମାନଙ୍କ ସହିତ ମିଶିବା ସହିତ ତାଙ୍କୁ ଉତ୍ସାହିତ କରିଛନ୍ତି ଜ୍ଝ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିବା ସହିତ ଟ୍ରଫି ବିଜେତା ହେବାପାଇଁ ଜିଲ୍ଲାପାଳ ସଫଳ କାମନା କରିଛନ୍ତି ଜ୍ଝ ଅୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ଜିଲ୍ଲା ଆଥଲେଟିକ୍ ସଂଘର ସାଧାରଣ ସମ୍ପାଦକ ସୟଦ ଆକମାଲ ଅଲ୍ଲୀ ସମେତ ଜିଲ୍ଲା ଆଥଲେଟିକ୍ ସଂଘର ସଦସ୍ୟ ପ୍ରମୁଖ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ଜ୍ଝ

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande