ଟ୍ରାଇ ପକ୍ଷରୁ ବାରିପଦା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅପରେଟର ଆସିଷ୍ଟେଡ୍ ଡ୍ରାଇଭ୍ ଟେଷ୍ଟ ସମ୍ପାଦନ
ଭୁବନେଶ୍ୱର, ୨୭ ମେ (ହି.ସ.) :ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧୀକରଣ (ଟ୍ରାଇ) ପକ୍ଷରୁ ବାରିପଦା ସହର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଓ ରାଜପଥର ୪୩୦ କିଲୋମିଟର କ୍ଷେତ୍ରରେ ଅପରେଟର ଆସିଷ୍ଟେଡ୍ ଡ୍ରାଇଭ୍ ଟେଷ୍ଟ ସମ୍ପାଦନ କରାଯାଇଛି । ଡିସେମ୍ବର ୨୦୨୪ ଶେଷ ହେଉଥିବା ତ୍ରୈମାସରେ କରାଯାଇଥିବା ଏହି ପରୀ
ଟ୍ରାଇ ପକ୍ଷରୁ ବାରିପଦା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅପରେଟର ଆସିଷ୍ଟେଡ୍ ଡ୍ରାଇଭ୍ ଟେଷ୍ଟ ସମ୍ପାଦନ


ଭୁବନେଶ୍ୱର, ୨୭ ମେ (ହି.ସ.) :ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧୀକରଣ (ଟ୍ରାଇ) ପକ୍ଷରୁ ବାରିପଦା ସହର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଓ ରାଜପଥର ୪୩୦ କିଲୋମିଟର କ୍ଷେତ୍ରରେ ଅପରେଟର ଆସିଷ୍ଟେଡ୍ ଡ୍ରାଇଭ୍ ଟେଷ୍ଟ ସମ୍ପାଦନ କରାଯାଇଛି । ଡିସେମ୍ବର ୨୦୨୪ ଶେଷ ହେଉଥିବା ତ୍ରୈମାସରେ କରାଯାଇଥିବା ଏହି ପରୀକ୍ଷଣରେ ବିଏସଏନଏଲ, ଏୟାରଟେଲ, ଜିଓ, ଭୋଡ଼ାଫୋନ ଆଇଡିଆ ଭଳି ଦୂରସଞ୍ଚାର ସେବା ପ୍ରଦାନକାରୀ ସହଯୋଗ କରିଥିଲେ। ପରୀକ୍ଷଣ ପରେ ରିପୋର୍ଟ ମଧ୍ୟ ଜାରି କରାଯାଇଛି।

ପରୀକ୍ଷଣ ସମୟରେ ଭଏସ କଲ୍ ଏବଂ ଇଣ୍ଟରନେଟ୍ ଡାଟା ସେବାର ବିଭିନ୍ନ ମାପଦଣ୍ଡ ପରୀକ୍ଷା କରାଯାଇଥିଲା। ଭଏସ୍ ସେବାରେ କଭରେଜ୍, କଲ ସେଟଅପ୍ ସଫଳତା ହାର, ଡ୍ରପ୍ କଲ୍ ହାର, ବ୍ଲକ୍ କଲ୍ ହାର, ହ୍ୟାଣ୍ଡଓଭର୍ ସଫଳତାର ହାର ଏବଂ ଆରଏକ୍ସ ଗୁଣବତ୍ତା ଆଦି ଅନୁଧ୍ୟାନ କରାଯାଇଥିଲା। ସେହିପରି ଡାଟା ସେବାରେ ଡାଉନଲୋଡ୍ ଓ ଅପଲୋଡ୍ ଥ୍ରୁପୁଟ୍, ୱେବବ୍ରାଉଜିଂ ବିଳମ୍ବ, ଭିଡିଓ ଷ୍ଟ୍ରିମିଂ ବିଳମ୍ବ, ଲାଟେନ୍ସି ଆଦିର ଆକଳନ କରାଯାଇଥିଲା। ଟ୍ରାଇର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଏହି ପରୀକ୍ଷଣର ବିସ୍ତୃତ ରିପୋର୍ଟ https://www.trai.gov.in/ରେ ଦିଆଯାଇଛି । ଏଭଳି ପରୀକ୍ଷଣ ଦୂରସଞ୍ଚାର ସେବାରେ ସୁଧାର ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande