ଚଣ୍ଡୀଗଢ27 ମଇ
(ହି.ସ)-ପଞ୍ଜାବର ଅମୃତସରରେ ମଙ୍ଗଳବାର ସକାଳେ ଏକ ବଡ ବିସ୍ଫୋରଣ ଘଟିଛି।ଏହି ବିସ୍ଫୋରଣରେ ଜଣେ
ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।ପୋଲିସ ଏହି ଘଟଣାର ତଦନ୍ତ କରୁଛି।ବିସ୍ଫୋରଣରେ ଆହତ ବ୍ୟକ୍ତିଙ୍କ
ପରିଚୟ ମିଳିପାରିନାହିଁ। ମଙ୍ଗଳବାର ସକାଳ ପ୍ରାୟ 10ଟା ସମୟରେ ଅମୃତସରର ମଜୀଠା ରୋଡରେ ଅବସ୍ଥିତ
ଡିସେଣ୍ଟ ଏଭେନ୍ୟୁ କଲୋନୀ ବାହାରେ ବିସ୍ଫୋରଣ ହୋଇଥିଲା।ଏଥିରେ ଜଣେ ଗୁରୁତର ଭାବରେ ଆହତ
ହୋଇଛନ୍ତି।ବିସ୍ଫୋରଣ ଖବର ପାଇବା ମାତ୍ରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ଏବଂ ପୋଲିସ ଟିମ
ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚିଥିଲା।ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ବିସ୍ଫୋରଣ ହଠାତ ହୋଇଥିଲା
ଏବଂ ଶବ୍ଦ ବହୁତ ଜୋରରେ ଥିଲା।ଯେତେବେଳେ ଲୋକମାନେ ପହଁଞ୍ଚିଥିଲେ ସେତେବେଳେ ଜଣେ ବ୍ୟକ୍ତି
ଗୁରୁତର ଅବସ୍ଥାରେ ପଡିଥିଲେ।ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ନିକଟସ୍ଥ
ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା ଯେଉଁଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି କୁହାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା