ସ୍ପିଡ୍ ବୋଟ ବୁଡିବା ଘଟଣାରେ ରାଜ୍ୟ ମାନବାଧିକାର ଆୟୋଗରେ ଅଭିଯୋଗ
ସ୍ପିଡ୍ ବୋଟ ବୁଡିବା ଘଟଣାରେ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ ପୁରୀ, 27 ମେ (ହି.ସ.)ଗତ ଦୁଇଦିନ ତଳେ ବଳିଆପଣ୍ଡା ଲାଇଟହାଉସ ନିକଟରେ ସ୍ପିଡ୍ ବୋଟ ସମୁଦ୍ରରେ ପର୍ଯ୍ଯଟକଙ୍କୁ ବୁଲାଉ ଥିବାବେଳେ ବୁଡିଯିବା ଓ ପର୍ଯ୍ଯଟକ ମରଣ ମୁଖରୁ ବଞ୍ଚି ଯାଇଥିଲେ । ଏହି ଘଟଣାକ
ସ୍ପିଡ୍ ବୋଟ ବୁଡିବା ଘଟଣାରେ ରାଜ୍ୟ ମାନବାଧିକାର ଆୟୋଗରେ ଅଭିଯୋଗ


ସ୍ପିଡ୍ ବୋଟ ବୁଡିବା ଘଟଣାରେ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ

ପୁରୀ, 27 ମେ (ହି.ସ.)ଗତ ଦୁଇଦିନ ତଳେ ବଳିଆପଣ୍ଡା ଲାଇଟହାଉସ ନିକଟରେ ସ୍ପିଡ୍ ବୋଟ ସମୁଦ୍ରରେ ପର୍ଯ୍ଯଟକଙ୍କୁ ବୁଲାଉ ଥିବାବେଳେ ବୁଡିଯିବା ଓ ପର୍ଯ୍ଯଟକ ମରଣ ମୁଖରୁ ବଞ୍ଚି ଯାଇଥିଲେ । ଏହି ଘଟଣାକୁ ନେଇ ସଚେତନ ନାଗରିକ ମଞ୍ଚର ସଭାପତି ପ୍ରସନ୍ନ ଦାଶ ରାଜ୍ୟ ମାନବାଧିକାର ଅୟୋଗର ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଦର୍ଶାଇଛନ୍ତି ସି ୱାଟର ସ୍ପୋର୍ଟ୍ସ ନାମରେ ପର୍ଯ୍ଯଟକଙ୍କ ଜୀବନ ସହ ଖେଳୁଛନ୍ତି । ପାରା ମଟୋରିଂ ଆଣ୍ଡ ପାରା ଗ୍ଲାଇଡିଂ, ପୁରୀ ସ୍କାଏ ଡାଇଭି ଆଡଭେଞ୍ଚର କମ୍ପାନୀ ଜାଣିଶୁଣି ପର୍ଯ୍ଯଟକଙ୍କୁ ମରଣ ସହ ଖେଳ ଖେଳିବା ପାଇଁ ସମୁଦ୍ରଗର୍ଭକୁ ଛାଡୁଛନ୍ତି । ୨୦୨୩ ଅକ୍ଟୋବର ୧ ତାରିଖରେ ମଧ୍ଯ ଏଭଳି ଘଟଣା ଘଟିଥିଲା । ସଂପୃକ୍ତ ସଂସ୍ଥା ପର୍ଯ୍ଯଟକ ମାନଙ୍କୁ ମାର୍ଗଦର୍ଶିକା ଲିଖିତ ଆକାରରେ ଦେବା ଓ ବୀମା ବାଧ୍ୟତାମୂଳକ କରିବା ନିୟମ ଥିଲେ ମଧ୍ଯ ଅନୁଷ୍ଠାନ ତାହା କାର୍ଯ୍ୟକାରୀ କରୁନାହିଁ । ସଂପୃକ୍ତ ସଂସ୍ଥାର ଅନୁମତି ପତ୍ର, ରେଜିଷ୍ଟ୍ରେସନ ଓ ଲାଇସେନ୍ସ, ଟ୍ରେନିଂ ସାର୍ଟିଫିକେଟ ଓ ସଂଧ୍ଯା ୬ଟା ପରେ କିପରି ବୋଟ ସମୁଦ୍ର ଭିତରକୁ ଛଡାଗଲା ସେ ସମ୍ପର୍କରେ ବିଧିବଦ୍ଧ ତଦନ୍ତ କରିବାକୁ ଶ୍ରୀ ଦାଶ ଆୟୋଗଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande