ମହାରାଷ୍ଟ୍ରର ବିଡ ଜିଲ୍ଲାରେ 6ଜଣଙ୍କ ଉପରେ ମାଡିଗଲା କଂଟେନର
ମୁମ୍ବାଇ, 27 ମେ (ହି.ସ.)- ମହାରାଷ୍ଟ୍ରର ବିଡ଼ ଜିଲ୍ଲାର ଗେବରାଇରେ ଧୁଲେ-ସୋଲାପୁର ହାଇୱେର ସଂଭାଜୀ ମହାରାଜ ଛକ ନିକଟରେ ଗତକାଲି ରାତିରେ ଦ୍ରୁତଗତିରେ ଆସୁଥିବା ଏକ କଣ୍ଟେନର ଛଅ ଜଣଙ୍କ ଉପରେ ମାଡିଯାଇଛି । ଏହି ଘଟଣା ପରେ କଣ୍ଟେନର ଚାଳକ ଫେରାର ହୋଇଯାଇଛି । ବିଡ଼ ପ
ମହାରାଷ୍ଟ୍ରର ବିଡ ଜିଲ୍ଲାରେ 6ଜଣଙ୍କ ଉପରେ ମାଡିଗଲା କଂଟେନର


ମୁମ୍ବାଇ, 27 ମେ (ହି.ସ.)- ମହାରାଷ୍ଟ୍ରର ବିଡ଼ ଜିଲ୍ଲାର ଗେବରାଇରେ ଧୁଲେ-ସୋଲାପୁର ହାଇୱେର ସଂଭାଜୀ

ମହାରାଜ ଛକ ନିକଟରେ ଗତକାଲି ରାତିରେ ଦ୍ରୁତଗତିରେ ଆସୁଥିବା ଏକ କଣ୍ଟେନର ଛଅ ଜଣଙ୍କ ଉପରେ

ମାଡିଯାଇଛି । ଏହି ଘଟଣା ପରେ କଣ୍ଟେନର ଚାଳକ ଫେରାର

ହୋଇଯାଇଛି । ବିଡ଼ ପୋଲିସ ସମସ୍ତ ଛଅ ଜଣଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଛି।

ପୋଲିସ ଅନୁସାରେ, ସୋମବାର ବିଳମ୍ବିତ ରାତିରେ ଗେବରାଇ ବାସିନ୍ଦାଙ୍କ

କାର ମହାରାଜ ଛକ ନିକଟରେ ଗଢ଼ି ବ୍ରିଜ୍ ଉପରେ ଖରାପ ହୋଇଯାଇଥିଲା। ଏହି କାରଣରୁ ଗେବରାଇର ଛଅ

ଜଣ ଲୋକ ଗାଡ଼ିଟିକୁ ଘରକୁ ନେଇଯିବା ପାଇଁ ମହାରାଜ ଛକକୁ ଯାଇଥିଲେ । ସେମାନେ ଗାଡ଼ିକୁ ଧକ୍କା

ଦେଇ ଘରକୁ ନେବା ପାଇଁ ଚେଷ୍ଟା କରୁଥିଲେ। ଏହି ସମୟରେ ସାମ୍ନାରୁ ଦ୍ରୁତଗତିରେ ଆସୁଥିବା ଏକ

କଂଟେନର 6ଜଣଙ୍କ ଉପରେ ମାଡିଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande