କୋଭିଡ ସ୍ଥିତି ନେଇ କାଲି କେନ୍ଦ୍ର ସ୍ୱାସ୍ଥ୍ୟସଚିବଙ୍କ ଅଧ୍ୟକ୍ଷତାରେ ବୈଠକ
ଭୁବନେଶ୍ୱର, 27 ମେ (ହି.ସ.)- ଦେଶରେ କୋଭିଡ ସ୍ଥିତିକୁ ନେଇ ଆସନ୍ତାକାଲି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଭିଡିଓ କନଫରେନ୍ସିଂରେ ସବୁ ରାଜ୍ୟ ଅଧିକାରୀ ହେବେ ସାମିଲ । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସ
କୋଭିଡ ସ୍ଥିତି ନେଇ କାଲି କେନ୍ଦ୍ର ସ୍ୱାସ୍ଥ୍ୟସଚିବଙ୍କ ଅଧ୍ୟକ୍ଷତାରେ ବୈଠକ


ଭୁବନେଶ୍ୱର, 27 ମେ (ହି.ସ.)- ଦେଶରେ କୋଭିଡ ସ୍ଥିତିକୁ ନେଇ ଆସନ୍ତାକାଲି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । କେନ୍ଦ୍ର

ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଭିଡିଓ କନଫରେନ୍ସିଂରେ ସବୁ ରାଜ୍ୟ ଅଧିକାରୀ

ହେବେ ସାମିଲ । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି ।ସେ

କହିଛନ୍ତି ଯେ, ଦେଶରେ ବ୍ୟାପୁଥିବା ଦୁଇଟି ଭ୍ୟାରିଏଣ୍ଟରେ କେବଳ ଥଣ୍ଡା କାଶ ଲକ୍ଷଣ ଦେଖାଯାଉଛି

। ରାଜ୍ୟରେ ଚି଼ହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ଦେଶର ସ୍ଥିତିକୁ

ଦେଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଜନ ସ୍ୱାସ୍ଥ୍ୟ

ନିର୍ଦେଶକ । ଭୟଭୀତ ନ ହେବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande