ଜାରକା ବସ୍ ଷ୍ଟାଣ୍ଡରେ ଲହଡି ମାରୁଛି ବର୍ଷା ଜଳ : ଡ୍ରେନେଜ ସୁବିଧା ଥାଇ ମଧ୍ୟ କାମରେ ଆସୁନି
ଧର୍ମଶାଳା,୨୭ମଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ବସ ଷ୍ଟପ ନିକଟରେ ବର୍ଷା ଜଳ ଲହଡି ମାଡୁଥିବା ଦେଖିବାକୁ ମିଳିଛି । ଯାହା ଫଳରେ ବଜାରକୁ ଆସୁଥିବା ଯାତ୍ରୀ ମାନେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଧର୍ମଶାଳା ବ୍ଲକ ୧୬ ନଂ ଜାତୀୟ ରାଜପଥ ଉଭୟ ପାଶ୍ୱର୍ରେ ଜାରକା ବଜାର ରହିଥି
ଜାରକା ବସ୍ ଷ୍ଟାଣ୍ଡରେ ଲହଡି ମାରୁଛି ବର୍ଷା ଜଳ : ଡ୍ରେନେଜ ସୁବିଧା ଥାଇ ମଧ୍ୟ କାମରେ ଆସୁନି


ଧର୍ମଶାଳା,୨୭ମଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ବସ ଷ୍ଟପ ନିକଟରେ ବର୍ଷା ଜଳ ଲହଡି ମାଡୁଥିବା ଦେଖିବାକୁ ମିଳିଛି । ଯାହା ଫଳରେ ବଜାରକୁ ଆସୁଥିବା ଯାତ୍ରୀ ମାନେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଧର୍ମଶାଳା ବ୍ଲକ ୧୬ ନଂ ଜାତୀୟ ରାଜପଥ ଉଭୟ ପାଶ୍ୱର୍ରେ ଜାରକା ବଜାର ରହିଥିବା ବେଳେ , ଏଠାରେ ବଡ ବଡ ବ୍ୟବସାୟିକ ଅନୁଷ୍ଠାନ , ଶିକ୍ଷାନୁଷ୍ଠାନ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନ ରହିଛି । ହେଲେ ବଜାରର ଉଭୟ ପାଶ୍ୱର୍ରେ ସଠିକ ଭାବେ ଡ୍ରେନେଜ ବ୍ୟବସ୍ଥା କରାଯାଇ ନ ଥିବାରୁ ବର୍ଷା ଜଳ ରାସ୍ତା ଉପରେ ଜମି ରହୁଛି । କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଜାରକା ଅଂଚଳର ଗଳି କନ୍ଦିରେ ଡ୍ରେନଜର ବ୍ୟବସ୍ଥା କରାଯାଇଛି ହେଲେ ଏସବୁ କାମରେ ଆସୁନାହିଁ । ଯାହାଫଳରେ ବସ ଷ୍ଟପେଜରେ ବର୍ଷା ଜଳ ଜମି ରହୁଛି । ଏହାର ପାଶ୍ୱର୍ରେ ଥିବା ଡ୍ରେନକୁ ସଫା କରାଯାଉ ନଥିବାରୁ ଏଭଳି ଅବସ୍ଥା ଉପୁଜୁଛି ବୋଲି ଅଭିଯୋଗ ହୋଇଛି । କେବଳ ଜାରକା ବସ ଷ୍ଟାଣ୍ଡ ନୁହେଁ ବରଂ ଜାରକାର ବିଭିନ୍ନ ସ୍ଥାନରେ ଏହି ଭଳି ଚିତ୍ର ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ମଧ୍ୟ ବିପଦ ପୂର୍ଣ୍ଣ ଭାବେ ଡ୍ରେନ ଗୁଡ଼ିକ ମୁକୁଳା ହୋଇ ପଡି ରହିଛି। ତେଣୁ ଆଗକୁ ବର୍ଷା ଋତୁ ଆସୁ ଥିବାରୁ ଜାତୀୟ ରାଜପଥ କତୃପକ୍ଷ ତୁରନ୍ତ ଏହାକୁ ସଫା କରିବା ସହ ସଠିକ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande