ପଲାମୁରେ ନକ୍ସଲ ତୁଳସୀ ଭୁଇୟାଂ ନିହତ, ଏସଏଲଆର ଜବତ
ପଲାମୁ, 27 ମେ (ହି.ସ.)- ଝାରଖଣ୍ଡର ପଲାମୁ ଜିଲ୍ଲାର ହୁସେନାବାଦ ଥାନା ଅଞ୍ଚଳରେ ପ୍ରତିବଦ୍ଧିତ ନକ୍ସଲୀ ସଂଗଠନ ଭାକପା (ମାଓବାଦୀ) ର ନିତେଶ ଯାଦବଙ୍କ ଦଳ ସହିତ ହୋଇଥିବା ଗୁଳି ବିନିମୟରେ ନକ୍ସଲ କମାଣ୍ଡର ତୁଲସୀ ଭୁଇଁଆ ନିହତ ହୋଇଛି । ଏହି ଗୁଳି ବିନିମୟ ସୋମବାର ଆରମ୍ଭ ହୋଇଥିଲା
ପଲାମୁରେ ନକ୍ସଲ ତୁଳସୀ ଭୁଇୟାଂ ନିହତ, ଏସଏଲଆର ଜବତ


ପଲାମୁ, 27 ମେ (ହି.ସ.)- ଝାରଖଣ୍ଡର ପଲାମୁ ଜିଲ୍ଲାର ହୁସେନାବାଦ ଥାନା ଅଞ୍ଚଳରେ ପ୍ରତିବଦ୍ଧିତ ନକ୍ସଲୀ

ସଂଗଠନ ଭାକପା (ମାଓବାଦୀ) ର ନିତେଶ ଯାଦବଙ୍କ ଦଳ ସହିତ ହୋଇଥିବା ଗୁଳି ବିନିମୟରେ ନକ୍ସଲ

କମାଣ୍ଡର ତୁଲସୀ ଭୁଇଁଆ ନିହତ ହୋଇଛି । ଏହି ଗୁଳି ବିନିମୟ ସୋମବାର ଆରମ୍ଭ ହୋଇଥିଲା ଏବଂ ଆଜି

ସକାଳ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଗୁଳିଚାଳନା ଚାଲିଥିଲା। ପୋଲିସ ଓ ସୁରକ୍ଷାବାହିନୀ ସମ୍ପୂର୍ଣ୍ଣ

ଅଞ୍ଚଳକୁ ଘେରି ରଖିଛନ୍ତି।

ଏହି ସମୟରେ ପୋଲିସ ନକ୍ସଲ କମାଣ୍ଡର ତୁଲସୀ ଭୁଇଁଆଙ୍କ ଶବ ବରାମଦ କରିଛି। ଘଟଣାସ୍ଥଳରୁ

ଗୋଟିଏ ଏସଏଲଆରବନ୍ଧୁକ ମଧ୍ୟ ଜବତ କରାଯାଇଛି। ଏହି ଗୁଳି

ବିନିମୟରେ 15 ଲକ୍ଷ ଟଙ୍କା ଇନାମୀ ନକ୍ସଲ ନିତେଶ ଯାଦବ ଗୁଳିବିଦ୍ଧ ହେବାର ସୂଚନା

ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande