ଗୋକର୍ଣ୍ଣିକା ସାହିତ୍ୟ ସମାଜର ନୂତନ କର୍ମକର୍ତା ଚୟନ
ଧର୍ମଶାଳା,୨୭ ମଇ (ହି.ସ.) - ଯାଜପୁର ଜିଲା ଧର୍ମଶାଳାର ସାହିତ୍ୟ ଅନୁଷ୍ଠାନ ଗୋକର୍ଣ୍ଣିକା ସାହିତ୍ୟ ସମାଜର ନୂତନ କର୍ମକର୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ଜାରକାସ୍ଥିତ ଗୋକର୍ଣ୍ଣିକା କାର୍ଯ୍ୟାଳୟରେ ଅନୁଷ୍ଠାନର ସଭାପତି ରମାକାନ୍ତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମକର୍ତା ଚୟନରେ ଅନୁଷ୍ଟାନର ସଂଖ୍
ଗୋକର୍ଣ୍ଣିକା ସାହିତ୍ୟ ସମାଜର ନୂତନ କର୍ମକର୍ତା ଚୟନ


ଧର୍ମଶାଳା,୨୭ ମଇ (ହି.ସ.) - ଯାଜପୁର ଜିଲା ଧର୍ମଶାଳାର ସାହିତ୍ୟ ଅନୁଷ୍ଠାନ ଗୋକର୍ଣ୍ଣିକା ସାହିତ୍ୟ ସମାଜର ନୂତନ କର୍ମକର୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ଜାରକାସ୍ଥିତ ଗୋକର୍ଣ୍ଣିକା କାର୍ଯ୍ୟାଳୟରେ ଅନୁଷ୍ଠାନର ସଭାପତି ରମାକାନ୍ତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମକର୍ତା ଚୟନରେ ଅନୁଷ୍ଟାନର ସଂଖ୍ୟାଧିକ ସଦସ୍ୟ ଉପସ୍ଥିତ ରହି କର୍ମକର୍ତା ଚୟନ କରିଥିଲେ । ସର୍ବସମ୍ମତିକ୍ରମେ ଅନୁଷ୍ଠାନର ସଭାପତି ଭାବେ ଡ. ରମାକାନ୍ତ ଜେନା ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ଡ. ରୁଦ୍ରନାରାୟଣ ପୃଷ୍ଟି, ଉପସଭାପତି ଭାବେ ସଂଗ୍ରାମ ଜେନା ଓ ହୃଷୀକେଶ ସାମଲ, ସାଧାରଣ ସଂପାଦକ ଭାବେ ଡକ୍ଟର ଇନ୍ଦୁପ୍ରଭା ସାମଲ, ସଂଗଠନ ସଂପାଦକ ଭାବେ ପ୍ରତାପରୁଦ୍ର ପଣ୍ଡା, ସହ ସଂପାଦକ ଭାବେ ଗଣେଶ୍ୱର ବେହେରା ଓ କୋଷାଧ୍ୟକ୍ଷ ଭାବେ ଦୀନବଂଧୁ କର ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ବଟକୃଷ୍ଣ ପରିଡ଼ା, ଡ. ରବୀନ୍ଦ୍ର ବିହାରୀ, ସୁନାକର ସାହୁ, ବ୍ରଜକିଶୋର ଦାଶ, ବିବେକାନନ୍ଦ ରାୟ, ଦୟାନିଧି ନାୟକ, ଅଜୟ ବଳ, ରଂଜିତା ବାରିକ, ପ୍ରଦୀପ ସାମଲ, ପ୍ରହଲାଦ ପଣ୍ଡା, ସନ୍ତୋଷ ତରାଇ ଓ ଗାୟତ୍ରୀ ନାୟକଙ୍କୁ ମନୋନୀତ କରାଯାଇଛି । ପୂର୍ବତନ ସଂପାଦକ ମହେଶ୍ୱର ପାଢ଼ୀ ଓ ପୂର୍ବତନ ଉପସଭାପତି ଡକ୍ଟର ତୁହିନାଂଶୁ ରଥ, ପଣ୍ଡିତ ବ୍ରଜକିଶୋର ଦାଶ କର୍ମକର୍ତାମାନଙ୍କୁ ଶପଥପାଠ କରାଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande