କୋଲକାତା 27 ମଇ
(ହି.ସ)-ଭାରତୀୟ ସେନା ପୁଣିଥରେ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୁର୍ଣ୍ଣ ଭୁମିକା ଗ୍ରହଣ କରି
ମଣିପୁରର ନୋନୀ ଜିଲ୍ଲାରେ ଇତିହାସ ସୃଷ୍ଟି କରିଛି।ପୁର୍ବ କମାନର ଅନ୍ତର୍ଗତ ଅଧୀନରେ 107 ଇନ୍ଫେଣ୍ଟ୍ରୀ
ବଟାଲିୟନ (ଟେରିଟୋରିୟଲ ଆର୍ମୀ)11 ଗୋରଖା ରାଫଲ୍ସ -ଯାହାକୁ ଗୋରଖା ଟେରିୟର୍ସ ଭାବରେ
ଜଣାଶୁଣା-ଦେଶର ଏକ ଗୁରୁତ୍ୱପୁର୍ଣ୍ଣ ଭିତ୍ତିଭୁମି ପ୍ରକଳ୍ପର ନିରାପଦ ଏବଂ ସଫଳ ସମାପ୍ତିରେ ଏକ
ନିର୍ଣ୍ଣାୟକ ଅବଦାନ ରଖିଛି।କୋଲକାତାର ବିଜୟ ଦୁର୍ଗ ସେନାର ପୁର୍ବ କମାନ ମୁଖ୍ୟାଳୟ ଦ୍ୱାରା ମଙ୍ଗଳବାର ସକାଳେ ଜାରି ଏକ ବୟାନରେ କୁହାଯାଇଛି ଯେ
ନୋନୀରେ ବ୍ରିଜ ନମ୍ବର 164ରେ ବିଶ୍ୱର ସର୍ବୋଚ୍ଚ ରେଲୱେ ପିୟର ବ୍ରିଜ ନିର୍ମାଣ ସମୟରେ ଗୋରଖା
ଟେରିୟର୍ସ ନିରନ୍ତର ସୁରକ୍ଷା ଏବଂ କାର୍ଯ୍ୟକ୍ଷମ ସହାୟତା ପ୍ରଦାନ କରିଥିଲେ।ଏହି ଅଞ୍ଚଳଟି କେବଳ
କଷ୍ଟକର ଭୁମି ଏବଂ ପ୍ରତିକୁଳ ପାଗର ସମ୍ମୁଖୀନ ହୁଏ ନାହିଁ ,ବରଂ ସୁରକ୍ଷା ଦୃଷ୍ଟିକୋଣରୁ ଏହାକୁ
ସମ୍ବେଦନଶୀଳ ମଧ୍ୟ ବିବେଚନା କରାଯାଏ।ଏପରି ପରିସ୍ଥିତିରେ ସେନାର ଶୃଙ୍ଖଳିତ ଉପସ୍ଥିତି ନିର୍ମାଣ
କାର୍ଯ୍ୟରେ କୌଣସି ବାଧା ସୃଷ୍ଟି କରିନଥଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା