ଭୁବନେଶ୍ୱର,୨୭ ମଇ (ହି.ସ.) - ସୀମା ବିବାଦକୁ ନେଇ ବାଚସ୍ପତି ଅଧକ୍ଷତାରେ ବିଧାନସଭାରେ ହାଉସ କମିଟି ବସିଛି। ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ କହିଛନ୍ତି କୋଟିଆ, ଗଞ୍ଜାମ, ଗଜପତି, ବାଲେଶ୍ୱର ଭଳି ବିଭିନ୍ନ ଅଂଚଳରେ ଥିବା ସୀମା ବିବାଦ ଅଂଚଳକୁ କମିଟି ଗସ୍ତ କରିବ। ଅନ୍ୟାନ୍ୟ ସୀମା ସମସ୍ୟା ନେଇ ବୈଠକରେ ଆଲୋଚନା ହେଲା। କୋଟିଆ, ଗଞ୍ଜାମ, ଗଜପତି, ବାଲେଶ୍ୱର ଭଳି ସୀମା ବିବାଦ ଥିବା ଅଂଚଳ ଗସ୍ତ କରିବ କମିଟି। କୋଟିଆରେ କେତେ ପିଲା ପାଠ ପଢୁଥିଲେ ଏବେ କେତେ ପଢୁଛନ୍ତି ଏବଂ ସେଠିକାର ଲୋକଙ୍କ ଓଡିଶା ପ୍ରତି କେତେ ଆଗ୍ରହ ସେସବୁକୁ ନେଇ ଆଲୋଚନା ହୋଇଛି। ଆଗାମୀ ଦିନରେ ସବୁ ବିଭାଗ ଅଫିସରଙ୍କୁ ନେଇ ବର୍ଡର କମିଟି ବୈଠକ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା