ନୂଆଦିଲ୍ଲୀ, 27 ମେ (ହି.ସ.)
-ଉପରାଷ୍ଟ୍ରପତି
ଜଗଦୀପ୍ ଧନଖଡ଼ ମଙ୍ଗଳବାର ଦିନ ପୁଣିଥରେ ସଂସଦର ସର୍ବୋଚ୍ଚତା କଥା ଦୋହରାଇଛନ୍ତି । ସେ
କହିଛନ୍ତି ଯେ ଭାରତୀୟ ସଂସଦ କେବଳ ଏକ ବିଧାନ ଗୋଷ୍ଠୀ ନୁହେଁ,
ବରଂ
ଏହା ଶହେଚାରି କୋଟି ଲୋକଙ୍କ ଇଛାର ପ୍ରତିବିମ୍ବ। ଏହା ଏକମାତ୍ର ବୈଧାନିକ ମଞ୍ଚ ଯାହା ସାଧାରଣ
ଜନତାଙ୍କର ଭାବନାକୁ ସମ୍ପୂର୍ଣ୍ଣ ଭାବରେ ପ୍ରମାଣିକତା ସହିତ ଦର୍ଶାଇଥାଏ ।
ସେ କହିଛନ୍ତି, କାର୍ଯ୍ୟପାଳିକାକୁ ଶାସନ ଚଳାଇବାର ତରିକା
ସଂପୃକ୍ତରେ ପ୍ରାଥମିକତା ମିଳିଥାଏ। ନ୍ୟାୟପାଳିକାକୁ ନ୍ୟାୟ ପ୍ରଣାଳୀ ସମ୍ପର୍କରେ ପ୍ରାଥମିକତା
ମିଳିଥାଏ, କିନ୍ତୁ ସଂସଦକୁ ଏହି ଦୁଇଟି କାରଣରୁ ପ୍ରାଥମିକତା ମିଳିଥାଏ।
ପ୍ରଥମତଃ, ଏହା ନିୟମ ତିଆରି କରିବାର ଅନ୍ତିମ ଅଧିକାର ରଖେ। ଦ୍ୱିତୀୟତଃ,
ଏହା
କାର୍ଯ୍ୟନିର୍ବାହୀ ସଂସ୍ଥାକୁ ଦାୟିତ୍ୱଶୀଳ କରେ। କାରଣ ଶାସନ କିଛି ମୌଳିକ ଦିଗ ଦ୍ୱାରା
ପରିଭାଷିତ ହୁଏ: ପାରଦର୍ଶିତା, ଦାୟିତ୍ୱ,
ଓ
ସଂସ୍ଥାଗତ ଦ୍ୱାରା ଆମ ଉନ୍ନତିର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ସର୍ବୋତ୍ତମ ପ୍ରଦର୍ଶନ ।
ଉପରାଷ୍ଟ୍ରପତି ଓ ରାଜ୍ୟସଭାର ସଭାପତି ଜଗଦୀପ୍ ଧନଖଡ଼ ରାଜ୍ୟସଭା ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମର
ସପ୍ତମ ବ୍ୟାଚ୍ ଉଦ୍ଘାଟନ ସମାରୋହରେ ଯୁବପିଢିଙ୍କୁ ସଂବିଧାନ,
ଗଣତନ୍ତ୍ର
ଓ ରାଷ୍ଟ୍ର ଗଠନର ମୂଲ୍ୟବୋଧ ଉପରେ ଆଧାରିତ ଏକ ପ୍ରେରଣାଦାୟକ ଭାଷଣ ପ୍ରଦାନ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା