ଧର୍ମଶାଳା,୨୭ମଇ (ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ୍ ବଡ଼କାଏମା ପଂଚାୟତର ଐତିହାସିକ କାଏମା ପାହାଡ଼ ପାଦଦେଶରେ ରଜ ଅବସରରେ ତିନିଦିନ ବ୍ୟାପି ଶ୍ରୀ ହରି ଅବଧୂତ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ । ଏଥିଲାଗି କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ମନୋଜ ମହାରଣାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଅରୁଣ ମହାରଣା ବିବରଣୀ ପ୍ରଦାନ କରିଥିଲେ । ଏହି ବୈଠକରେ କମିଟିର ସମସ୍ତ ସଦସ୍ୟ ଯୋଗଦେଇ ନିଜ ନିଜର ମତ ରଖିବା ସହିତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ବିଶ୍ୱଶାନ୍ତି ଯଜ୍ଞ ପାଇଁ ଜୁନ ୧୩ ତାରିଖ ରେ ଅଙ୍କୁରାରୋପଣ କରାଯିବ । ଜୁନ ୧୪ ତାରିଖ ପ୍ରଥମ ରଜରୁ ଯଜ୍ଞ ଆରମ୍ଭ ହୋଇ ୧୬ ତାରିଖ ଶେଷ ରଜରେ ପୂର୍ଣ୍ଣାହୁତି କରାଯିବ । ତିନି ଦିନ ଧରି ହେବାକୁ ଥିବା ଯଜ୍ଞ ଉତ୍ସବରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିବ। ଏହି ପବିତ୍ର ମହାଯଜ୍ଞ ରେ ପଣ୍ଡିତ ଆଲୋକ ଚନ୍ଦ୍ର ପଣ୍ଡା ଓ ସହଯୋଗୀ ପଣ୍ଡିତ ମଣ୍ଡଳୀ ଦ୍ୱାରା ପୁଜା କାର୍ଯ୍ୟ ସମ୍ପାଦିତ କରାଯିବ ବୋଲି ସୂଚନା ମିଳିଛି । ଏହି ବୈଠକ ରେ ସୁକାନ୍ତ ପଣ୍ଡା, ସୁକାନ୍ତ ମହାରଣା, ଭରତ ସାହାଣୀ, ମାୟାଧର ସାମଲ, ମଠଧୀସ ଜ୍ଞାନେନ୍ଦ୍ରିୟ ଦାସ, ଅନନ୍ତ ବିଶ୍ୱାଳ, ସୋଲେଖ ମହାନ୍ତି ସମେତ ସମସ୍ତ ଯୁବ ସଭ୍ୟ ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । କମିଟି ତରଫରୁ ସମସ୍ତ ଭକ୍ତମାନଙ୍କୁ ବହୁ ସଂଖ୍ୟାରେ ଯୋଗଦାନ କରି ବିଭୁକୃପା ଲାଭ କରିବାକୁ କମିଟି ତରଫରୁ ଅନୁରୋଧ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ