ନୂଆ ଏନଏସି ପାଇଁ ଆସିଥିବା ପ୍ରସ୍ତାବର ତର୍ଜମା କରି ଗୃହ ଓ ନଗର ଉନ୍ନୟନ ବିଭାଗକୁ ପଠାଇଲା ପଞ୍ଚାୟତିରାଜ ବିଭାଗ
ଭୁବନେଶ୍ୱର, 27 ମେ (ହି.ସ.) - ନୂଆ ଏନଏସି ପାଇଁ ଆସିଥିବା ପ୍ରସ୍ତାବର ତର୍ଜମା କରି ଗୃହ ଓ ନଗର ଉନ୍ନୟନ ବିଭାଗକୁ ପଠାଇଲା ପଞ୍ଚାୟତିରାଜ ବିଭାଗ । ୱାର୍ଡ଼ ଓ ପଞ୍ଚାୟତ ପାଇଁ ଥିବା ସମସ୍ୟାର ସମାଧାନ କରି ନଗର ଉନ୍ନୟନ ବିଭାଗକୁ ପଠାଇଲା ପଞ୍ଚାୟତିରାଜ ବିଭାଗ। ପଞ୍ଚାୟତିରାଜ ମନ୍
ନୂଆ ଏନଏସି ପାଇଁ ଆସିଥିବା ପ୍ରସ୍ତାବର ତର୍ଜମା କରି ଗୃହ ଓ ନଗର ଉନ୍ନୟନ ବିଭାଗକୁ ପଠାଇଲା     ପଞ୍ଚାୟତିରାଜ ବିଭାଗ


ଭୁବନେଶ୍ୱର, 27 ମେ (ହି.ସ.)

- ନୂଆ ଏନଏସି ପାଇଁ ଆସିଥିବା ପ୍ରସ୍ତାବର ତର୍ଜମା କରି ଗୃହ ଓ ନଗର ଉନ୍ନୟନ ବିଭାଗକୁ

ପଠାଇଲା ପଞ୍ଚାୟତିରାଜ ବିଭାଗ । ୱାର୍ଡ଼ ଓ ପଞ୍ଚାୟତ ପାଇଁ ଥିବା ସମସ୍ୟାର ସମାଧାନ କରି ନଗର

ଉନ୍ନୟନ ବିଭାଗକୁ ପଠାଇଲା ପଞ୍ଚାୟତିରାଜ ବିଭାଗ।

ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି ନୂଆ ଏନଏସି ଓ ମୁନିସିପାଲିଟି ପାଇଁ ଦୁଇ ବିଭାଗ

ଗୁରୁତ୍ବପୁର୍ଣ ଦାୟିତ୍ଵ ରହୁଛି। ଉଭୟ ବିଭାଗ ମଧ୍ୟରେ ଦୁଇ ଥର ବୈଠକ ଶେଷ ହୋଇଛି।ଗୃହ ଓ ନଗର

ଉନ୍ନୟନ ବିଭାଗ ପାଖରେ ନୂଆ ଏନଏସି ଓ ମୁନିସିପାଲିଟି ପାଇଁ ପ୍ରସ୍ତାବ ପହଞ୍ଚିବା ପରେ ଏହାର

ତର୍ଜମା ପାଇଁ ପଞ୍ଚାୟତ ବିଭାଗକୁ ପଠାଇଥିଲା ନଗର ଉନ୍ନୟନ ବିଭାଗ।

ଏନଏସି ପାଇଁ 11 ଟି ୱାର୍ଡ ଆବଶ୍ୟକ।

ପଞ୍ଚାୟତିରାଜ ବିଭାଗ ପାଖକୁ 7 ଏନଏସି ପାଇଁ ଏଯାଏଁ

ପ୍ରସ୍ତାବ ନଗର ଉନ୍ନୟନ ବିଭାଗରୁ ଆସିଛି। ସବୁକୁ

କ୍ଲିୟରାନ୍ସ ଦିଆଯାଇଥିବା ପଂଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande