ଧର୍ମଶାଳା,୨୭ମଇ (ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ପକ୍ଷରୁ ନିଦ୍ଧାରଣ କରା ଯାଉଥିବା ବର୍ଷା ପରିମାଣର ଭୁଲ ତଥ୍ୟ ଦିଆଯାଉ ଥିବା ନେଇ ବାରମ୍ବାର ଗଣମାଧ୍ୟମରେ ଲେଖାଯାଇଛି । ହେଲେ ସରକାର ପରିବର୍ତନ ହେବା ପରେ ଏହି ଭୁଲରେ କୌଣସି ପରିବର୍ତନ ଆସିନାହିଁ । ପୁର୍ବରୁ ବର୍ଷା ପରିମାଣର ଭୁଲ ତଥ୍ୟ ଦିଆଯାଉଥିବା ବେଳେ ଏବେ ମଧ୍ୟ ବ୍ଲକ ତରଫରୁ ଭୁଲ ତଥ୍ୟ ପ୍ରଦାନ କରାଯାଉଥିବା ଜିଲା ରିପୋର୍ଟରୁ ଜଣାପଡିଛି । ଗତ ୨ ଦିନ ହେଲା ଧର୍ମଶାଳା ଅଂଚଳରେ ୧୦ରୁ ୧୫ ମିଲିମିଟର ଯାଏଁ ବର୍ଷା ହୋଇଥିବା ବେଳେ ଜଲା ୱେବସାଇଟ ଟେବୁଲରେ ଏଠାରେ ବିନ୍ଧୁଏ ବର୍ଷା ହୋଇ ନ ଥିବା ଜିଲାକୁ ରିପୋର୍ଟ ପ୍ରଦାନ କରାଯାଇଛି । ଦାୟିତ୍ୱରେ ଥିବା ଠକ କର୍ମଚାରୀଙ୍କ ଦାୟିତ୍ୱହିନତା ଯୋଗୁ ଏଭଳି ବାରମ୍ବାର ଭୁଲ ରିପୋର୍ଟ ପ୍ରଦାନ କରାଯାଉଛି । ଲୋକମାନଙ୍କୁ ଭ୍ରମିତ ନକରି ବର୍ଷା ପରିମାଣ ସଠିକ ଭାବେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବାକୁ ଦାବି ହୋଇଛି । ଏଭଳି ଭୁଲତଥ୍ୟ ପ୍ରଦାନ କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ତେବେ ଏନେଇ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ତାଗିତ କରାଯିବ ବୋଲି ଧର୍ମଶାଳା ବିଡିଓ ଜ୍ୟୋତିମୟ କର ସୂଚନ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ