ପିଏମ ଆବାସରେ ପଂଜିକରଣ ପାଇଁ 3ଦିନ ବାକି
ଭୁବନେଶ୍ୱର, 27 ମେ (ହି.ସ.)- ପିଏମ ଆବାସରେ ପଂଜିକରଣ ପାଇଁ ଆଉ 3ଦିନ ବାକି ଥିବା କହିଛନ୍ତି ପଂଚାୟତିରାଜ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି ଯେ, ଆମେ ଯେତେବେଳେ ସରକାରକୁ ଆସିଲୁ ସେତେବେଳେ ପିଏମ ଆବାସ ଯୋଜନାରେ ହିତାଧିକାରୀଙ୍କ ତାଲିକା ନଥିଲା। ବିଜେଡ଼ି ସରକାର ତାଲିକା କରି ନ
ପିଏମ ଆବାସରେ ପଂଜିକରଣ ପାଇଁ 3ଦିନ ବାକି


ଭୁବନେଶ୍ୱର, 27 ମେ (ହି.ସ.)- ପିଏମ ଆବାସରେ ପଂଜିକରଣ ପାଇଁ ଆଉ 3ଦିନ ବାକି ଥିବା କହିଛନ୍ତି ପଂଚାୟତିରାଜ

ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି ଯେ, ଆମେ ଯେତେବେଳେ ସରକାରକୁ ଆସିଲୁ ସେତେବେଳେ ପିଏମ

ଆବାସ ଯୋଜନାରେ ହିତାଧିକାରୀଙ୍କ ତାଲିକା ନଥିଲା। ବିଜେଡ଼ି ସରକାର ତାଲିକା କରି ନଥିଲା। ବିଜୁ ପକ୍କା ଘର କରି ସିଲଟ ମାରିଲେ। ଆମେ ଆସି ତାଲିକା ପ୍ରସ୍ତୁତ କରୁଛୁ।

ଆବାସ ପାଇଁ 36 ଲକ୍ଷ 81 ପାଖା ପାଖି ଆବେଦନ ପାଇଛୁ।

କେନ୍ଦ୍ର ପୋର୍ଟାଲ ସହିତ ଆମ ପୋର୍ଟାଲକୁ ସଂଯୋଗ କରିଛୁ। ଆଜି 27

ତାରିଖ। ଆବେଦନ ପାଇଁ ଆଉ 3 ଦିନ ସମୟ ଅଛି ।

ହିତାଧିକାରୀ ମାନେ ପଞ୍ଜୀକରଣ କରନ୍ତୁ। ଏହା ପରେ ସର୍ଭେ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ତ୍ୟୋଦୟ ଗୃହ ଯୋଜନାରେ ଯେଉଁ ମାନେ ସବୁ ଯୋଜନାରୁ ବାଦ ପଡ଼ିଛନ୍ତି ସେମାନଙ୍କୁ ଘର

ଦିଆଯିବ। ପ୍ରଥମ ପର୍ଯ୍ୟାୟରେ 60 ହଜାର ପାଖାପାଖି ଘର ଦିଆଯାଇଛି।

ତାଲିକା କରୁଛୁ, 2 ମାସ ଭିତରେ ପ୍ରକ୍ରିୟା ସରିବ। ମୌସୁମୀ

ପରେ ଦ୍ବିତୀୟ ପର୍ଯ୍ୟାୟରେ ଘର ବଣ୍ଟାଯିବ।

ପେସା ପାଇଁ ପ୍ରସ୍ତୁତି ଶେଷ ହୋଇଛି।

କ୍ୟାବିନେଟରେ ପଡ଼ିବ। ରିପୋର୍ଟ ପ୍ରସ୍ତୁତ ହୋଇଛି। ମୁଖ୍ୟମନ୍ତ୍ରୀ ତର୍ଜମା କରିଛନ୍ତି।

ଟିଏସିରେ ଥରେ ଆଲୋଚନା ହେବା ପରେ ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ପେସା ଆଇନ ବୋଲି କହିଛନ୍ତି

ପଂଚାୟତିରାଜ ମନ୍ତ୍ରୀ ରବି ନାଏକ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande