ଭୋପାଳ, 27 ମେ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର, ମେ ୩୧ ତାରିଖରେ ରାଜ୍ୟର
ଦୁଇଟି ପ୍ରମୁଖ ତୀର୍ଥସ୍ଥଳ ଦତିଆ ଓ ସତନାକୁ ବିମାନ ଯାତାୟାତର ଐତିହାସିକ ଉପହାର ଦେବେ।
ପ୍ରଧାନମନ୍ତ୍ରୀ ମୋଦୀ ଭୋପାଳରୁ ଭିସି ଯୋଗେ ଦତିଆ ଓ ସତନାରେ ନବନିର୍ମିତ ଏୟାରପୋର୍ଟଗୁଡିକର
ଉଦ୍ଘାଟନ କରିବେ। ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ମଧ୍ୟ ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ
ଉପସ୍ଥିତ ରହିବେ।
ଲୋକସଂପର୍କ ଅଧିକାରୀ ରାଜେଶ ସିଂହ ମଙ୍ଗଳବାର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଡ. ଯାଦବ
ଆରମ୍ଭରୁ ହିଁ ରାଜ୍ୟର ପ୍ରମୁଖ ସହରଗୁଡ଼ିକୁ ବିମାନ ସୁବିଧା ସହିତ ଯୋଡ଼ିବା ପାଇଁ ପ୍ରତିବଦ୍ଧ ।
ଦତିଆ ଓ ସତନା ରାଜ୍ୟର ଧାର୍ମିକ, ଔଦ୍ୟୋଗିକ ଓ ସାମାଜିକ ଦୃଷ୍ଟିକୋଣରୁ
ବହୁତ ଗୁରୁତ୍ୱପୂର୍ଣ୍ଣ ସହର। ଏଠାରେ ବିମାନ ବନ୍ଦର ସୁବିଧା ହେଲେ,
ତୀର୍ଥଯାତ୍ରୀମାନେ
ଦତିଆର ମା ପୀତାମ୍ବରା ପୀଠ, ସତନାର ମୈହର ମା ଶାରଦା ଓ ଶ୍ରୀରାମଙ୍କ
ବନବାସର ସାକ୍ଷୀ ଚିତ୍ରକୁଟ ଧାମକୁ ବିମାନ ଯାତ୍ରା ମାଧ୍ୟମରେ ସହଜରେ ପହଞ୍ଚିପାରିବେ। ଏହି
ସୁବିଧା ଦ୍ୱାରା ତୀର୍ଥଯାତ୍ରା ସୁଗମ ହେବା ସହିତ, ଉଭୟ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତିକୁ
ମଧ୍ୟ ଗତି ମିଳିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା