ମେ 31ରେ ଦେଶର ସବୁଠୁ ସ୍ୱଚ୍ଛ ସହର ଇନ୍ଦୋରକୁ ମେଟ୍ରୋ ଭେଟି ଦେବେ ପିଏମ ମୋଦି
ଭୋପାଳ, 27 ମେ (ହି.ସ.) - ଭାରତର ସବୁଠାରୁ ସ୍ୱଚ୍ଛ ସହର ଇନ୍ଦୋର ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର, ମେ ୩୧, ୨୦୨୫ ରେ ଭୋପାଳରୁ ଭର୍ଚୁଆଲ୍ ଭାବରେ ଇନ୍ଦୋର ମେଟ୍ରୋର ସୁପର୍ ପ୍ରାୟୋରିଟି କରିଡରରେ ଯାତ୍ରୀ ସେବାର ଶୁଭାରମ୍ଭ କର
ମେ 31ରେ ଦେଶର ସବୁଠୁ ସ୍ୱଚ୍ଛ ସହର ଇନ୍ଦୋରକୁ ମେଟ୍ରୋ ଭେଟି ଦେବେ ପିଏମ ମୋଦି


ଭୋପାଳ, 27 ମେ (ହି.ସ.)

- ଭାରତର ସବୁଠାରୁ ସ୍ୱଚ୍ଛ ସହର ଇନ୍ଦୋର ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର, ମେ ୩୧, ୨୦୨୫ ରେ ଭୋପାଳରୁ ଭର୍ଚୁଆଲ୍

ଭାବରେ ଇନ୍ଦୋର ମେଟ୍ରୋର ସୁପର୍ ପ୍ରାୟୋରିଟି କରିଡରରେ ଯାତ୍ରୀ ସେବାର ଶୁଭାରମ୍ଭ କରିବେ।

ଏହି କରିଡର ପ୍ରାୟ ୬ କିଲୋମିଟର ଲମ୍ବା ଓ ୟେଲୋ

ଲାଇନର ସୁପର୍ ପ୍ରାୟୋରିଟି କରିଡର ଅଟେ। ଏଥିରେ ଏବେ ମୋଟ ୫ଟି ଷ୍ଟେସନ୍ ଅଛି । ଏହି କରିଡର ଟ୍ରାଫିକ୍ ଓ ପ୍ରଦୂଷଣ କମାଇବା ସହିତ

ଯାତ୍ରୀମାନଙ୍କ ପାଇଁ ଆରାମଦାୟକ ଯାତ୍ରା ନିଶ୍ଚିତ କରିବ। ସୁପର୍ ପ୍ରାୟୋରିଟି କରିଡର କେବଳ

ପ୍ରଯୁକ୍ତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଇନ୍ଦୋରର ଆଧୁନିକତା

ପ୍ରତି ଏକ ଦୃଢ଼ ପଦକ୍ଷେପର ସୂଚକ ମଧ୍ୟ ଅଟେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande